ମହାସ୍ନାନ ପରେ ଜ୍ୱରରେ ମହାପ୍ରଭୁ: ଆଜିଠାରୁ ଅଣସର ଘରେ ୧୫ ଦିନ ଧରି ଚାଲିବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଗୁପ୍ତ ସେବା

94

କନକ ବ୍ୟୁରୋ: ଆଜିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହେବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚତୁର୍ଦ୍ଧା ମୂର୍ତ୍ତି ଅତ୍ୟଧିକ ସ୍ନାନ ପରେ ଜ୍ବରରେ ଆକ୍ରାନ୍ତ ହୋଇ ଅଣସର ପିଣ୍ତିକୁ ବିଜେ କରିଛନ୍ତି। ଅଣସର ପିଣ୍ତିକୁ ବିଜେ ସମୟରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଉଭା ଅମାବାସ୍ୟା ପର୍ଯ୍ୟନ୍ତ ଅଲାରନାଥଙ୍କ ଅଣସର ଦର୍ଶନ ହୋଇଥାଏ।

ଆଜି ଭୋର ଚାରିଟାରେ ମନ୍ଦିର ଖୋଲାଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ବଲ୍ଲଭ ନୀତି ବଢି ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ କରାଯାଉଛି। ସୂର୍ଯ୍ୟପୂଜା, ରୋଷ ହୋମ ନୀତି ବଢି ମଧ୍ୟ୍ୟାହ୍ନ ୧୨ଟା ସୁଦ୍ଧା ସକାଳ ଧୂପ ବଢ଼ିବ। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଦ୍ବିପ୍ରହର ଧୂପ ନୀତି ବଢ଼ି ଶ୍ରୀଜିଉଙ୍କ ପହଡ଼ ନୀତି ବଢିବ। ମଧ୍ୟାହ୍ନ ସାଢେ ଗୋଟଏରୁ ପୁଣି ଥରେ ସର୍ବସାଧାରଣ ଦର୍ଶନ ଚାଲିବ ବୋଲି ସେବାୟତ ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।