ଶ୍ରୀମନ୍ଦିରରେ ଚାଲିଛି ଅଣସର ସେବା । ଆଜି ଶ୍ରୀଅଙ୍ଗରେ ଲାଗି ହେବ ବିଭିନ୍ନ ଔଷଧୀୟ ସାମଗ୍ରୀରେ ପ୍ରସ୍ତୁତ ଓସ୍ୱ ।

111

କନକ ବ୍ୟୁରୋ: ଚାଲିଛି ବିଶ୍ୱ ନିୟନ୍ତାଙ୍କ ଅଣସର ସେବା । ଶ୍ରୀଅଙ୍ଗ ସେବକ ଭାବେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡ଼ିଛନ୍ତି ଦଇତାପତି ସେବକ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଖୋଲାନୀତି ସହ ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ଫିଟାନୀତି ସରିଛି । ପଞ୍ଚମୀ ତିଥିରେ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଜ୍ୱର ପିଡ଼ାରୁ ଧୀରେ ଧୀରେ ଉପଶମ ପାଉଛନ୍ତି ମହାପ୍ରଭୁ ।

ସେପଟେ ଅଣସରର ଆଜି ହେଉଛି ଷଷ୍ଠୀ ତିଥି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ବିଭିନ୍ନ ଔଷଧୀୟ ସାମଗ୍ରୀରେ ପ୍ରସ୍ତୁତ ଓସ୍ୱ । ଅଣସର ସୁଦ୍ଧସୁଆର ସେବକମାନେ ଝୁଣାକୁ ବାଟି ସେଥିରେ ତେଲକର୍ପୁର ଆଦି ସମିଶ୍ରଣ କରି ଏକ ଔଷଧୀୟ ଓସ୍ୱ ପ୍ରସ୍ତୁତ କରିଥାନ୍ତି । ଏହାକୁ ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି, ଯାହା ଫଳରେ ମହାପ୍ରଭୁ ସୁସ୍ଥ ଅନୁଭବ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଓସ୍ୱ ଲାଗି ସେବା ଷଷ୍ଠୀଠାରୁ ଆରମ୍ଭ ହୋଇ ନବମୀ ତିଥି ପର୍ଯ୍ୟନ୍ତ ଚାରିଦିନ ଚାଲିଥାଏ ।