କନକ ବ୍ୟୁରୋ : ଶ୍ରୀଜିଉ ଅଣସର ଘରେ ଥିବା ସମୟରେ କାକଟପୁର ଦେଉଳି ମଠର ଅଣସର ଫଳ ଭାର ଯିବାର ପରମ୍ପରା ରହିଛି । ବିଭିନ୍ନ ଫଳ ନେଇ ଶ୍ରୀକ୍ଷେତ୍ରକୁ ବାହାରିଛି ଫଳ ଭାର । ଆଜି ଏହା ପୁରୀରେ ପହଞ୍ଚିବ । ନାମ ସଙ୍କୀର୍ତନ କରି ନାଚି ନାଚି ପୁରୀକୁ ଯାଉଛନ୍ତି ଲୋକେ । କାକଟପୁର ପ୍ରାଚୀ ତଟରେ ଥିବା ଆମ୍ବ, ପଣସ, ନଡିଆ, ସପୁରୀ, ଖଜୁରୀ, ସେଉ, ଚାଉଳିଆ କଦଳୀ ଭଳି ଅନେକ ଫଳ ନେଇ ସଗଡ଼ରେ ଯାଉଛନ୍ତି । ଏଥିରେ ସ୍ଥାନୀୟ ଅଞ୍ଚଳର ଅନେକ ମହିଳାଙ୍କ ସମେତ ଅନେକ ଲୋକ ସାମିଲ ହୋଇଛନ୍ତି ।

Advertisment