ଅଣସର ପିଣ୍ଡିରେ ଜ୍ୱର ପୀଡିତ ଶ୍ରୀବିଗ୍ରହ : ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ପରେ ଲାଗି ହେଲା ଓଷ

ଅଣସର ପିଣ୍ଡିରେ ଜ୍ୱର ପୀଡିତ ଶ୍ରୀବିଗ୍ରହ : ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ପରେ ଲାଗି ହେଲା ଓଷ

କନକ ବ୍ୟୁରୋ: ଅଣସର ପିଣ୍ଡିରେ ଜ୍ୱର ପୀଡିତ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେବା ପରେ ଗତକାଲି ଓଷ ଲାଗି ହୋଇଛି। ସ୍ନାନ ପରେ ଜ୍ୱରରେ ପୀଡିତ ହେବାରୁ ମହାପ୍ରଭୁଙ୍କ ଚିକିତ୍ସା ଚାଲିଛି। ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ମହାପ୍ରଭୁଙ୍କ ଅଣସରକାଳୀନ ଗୋପନ ସେବା ସଂପର୍କରେ ରହିଥିବା ମାର୍ଗଦର୍ଶନ ମୁତାବକ ଦଇତାପତିମାନେ ଗୁପ୍ତ ସେବାରେ ଲାଗିଛନ୍ତି। ମଙ୍ଗଳବାର ଶଯ୍ୟାଶାୟୀ ଶ୍ରୀବିଗ୍ରହମାନଙ୍କୁ ଜଡିବୁଟି ଯୁକ୍ତ ଔଷଧୀୟ ତୈଳ ଫୁଲୁରି ତେଲ ଲାଗି କରାଯାଇଥିବା ବେଳେ ଗତକାଲି ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶରୀରରେ ଓଷ ଲାଗି ହୋଇଛି।

publive-image

ତିନି ଦିନ ଧରି ଏହି ଓଷ ଲାଗି ହେବ। ମହାପ୍ରଭୁ ଅସୁସ୍ଥ ହେବା ପରେ ଶଯ୍ୟାଶାୟୀ ରହିଛନ୍ତି। ଆସନ୍ତା ୮ ତାରିଖରେ ମହାପ୍ରଭୁ ଚକା ଉପରେ ଅବସ୍ଥାନ କରିବେ। ପରେ ୯ ତାରିଖରେ ମହାପ୍ରଭୁଙ୍କୁ ଶ୍ରୀଅଙ୍ଗରେ ଖଳି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥତା ଅନୁଭବ କରିବେ। ଆସନ୍ତା ୧୧ ତାରିଖ ରାତିରେ ମହାପ୍ରଭୁଙ୍କ ଘଣାଲାଗି ଆରମ୍ଭ ହେବ। ଘଣାଲାଗି ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ଆସନ୍ତା ୧୨ ତାରିଖରେ ମହାପ୍ରଭୁଙ୍କ ବନକ ଲାଗି ନୀତି ସଂପନ୍ନ ହେବା ପରେ ୧୩ ତାରିଖ ନେତ୍ର ଉତ୍ସବରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe