କନକ ବ୍ୟୁରୋ: ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ନିଆଳି ମାଧବ ଅର୍ଥାତ୍ ମହାପ୍ରଭୁଙ୍କ ମାମୁଁ ଘରୁ ବାହାରିଛି ଅଣସର ଭାର । ଏ ହେଉଛି ମହାବାହୁଙ୍କ ମାନବୀୟ ଲୀଳା । ଯେପରି କେହି ଅସୁସ୍ଥ ଥିବାବେଳେ ତାଙ୍କୁ ଦେଖିବାକୁ ବନ୍ଧୁବାନ୍ଧବ ଫଳମୂଳ ଧରି ଦେଖିବାକୁ ଆସନ୍ତି ସେହିପରି ଏବେ ଶ୍ରୀଜିଉ ଅସୁସ୍ଥତାରୁ ଧିରେଧିରେ ଆରୋଗ୍ୟ ହେଉଥିବାବେଳେ ତାଙ୍କ ପାଇଁ ମାମୁଁ ଘରୁ ଯାଉଛି ଫଳମୂଳ ସହ ସର ଲବଣିର ଭାର । ଅସୁସ୍ଥ ଥିବାବେଳେ ଅନ୍ୟ କିଛି ପାଟିକୁ ରୁଚୁ ନଥିବାରୁ ଏହାକୁ ଶ୍ରୀଜିଉଙ୍କ ପାଖରେ ନୈବେଦ୍ୟ ଭାବେ ଅର୍ପଣ କରାଯିବ । ଆଜି ଏଥିପାଇଁ ନିଆଳି ମାଧବଙ୍କ ମନ୍ଦିର ପରିସର ଝାଞ୍ଜ, ମୃଦଙ୍ଗ, ଘଣ୍ଟଘଣ୍ଟା ହରିବୋଲରେ କମ୍ପି ଉଠୁଛି ।
ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଯାଉଛି ଅଣସର ଭାର । ବଡ ଠାକୁର ଅସୁସ୍ଥ ଅଛନ୍ତି ବୋଲି ଖାଇବେ ଫଳମୂଳ ଓ ସର ଲବଣି ।
/kanak/media/post_attachments/wp-content/uploads/2024/07/22-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)