ନିଆଳି ମାଧବାନନ୍ଦଙ୍କ ପାଖରୁ ଶ୍ରୀମନ୍ଦିରକୁ ଗଲା ଅଣସର ଭାର : ଅଣସର ପିଣ୍ଡିରେ ଶ୍ରୀଜିଉଙ୍କୁ ଲାଗି କରିବେ ଦଇତାପତି ସେବାୟତ

ନିଆଳି ମାଧବାନନ୍ଦଙ୍କ ପାଖରୁ ଶ୍ରୀମନ୍ଦିରକୁ ଗଲା ଅଣସର ଭାର : ଅଣସର ପିଣ୍ଡିରେ ଶ୍ରୀଜିଉଙ୍କୁ ଲାଗି କରିବେ ଦଇତାପତି ସେବାୟତ

କନକ ବ୍ୟୁରୋ : ପରମ୍ପରା ଅନୁସାରେ ମାମୁଁ ଘରୁ ଅଣସର ଭାର ଶ୍ରୀମନ୍ଦିରକୁ ଯାଇଥାଏ । ସ୍ନାନ ପୂର୍ଣ୍ଣମୀରେ ମହାସ୍ନାନ ପରେ ଶ୍ରୀଜିଉଙ୍କ ଜ୍ୱର ହେବାପରେ ନିଆଳି ମାଧବାନନ୍ଦଙ୍କ ପାଖରୁ ଶ୍ରୀମନ୍ଦିରକୁ ଅଣସର ଭାର ଯିବାର ପରମ୍ପରା ରହିଆସିଛି । ସେଥିଲାଗି ନିଆଳି ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ଶ୍ରୀମନ୍ଦିରକୁ ପଠାଯାଇଛି ।

ସେବାୟତମାନେ ବିଭିନ୍ନ ପ୍ରକାର ଫଳ ଓ ମହୋଷଧି, ତୁଳସୀ ଓ ଫୁଲ ଆଦି ସାଙ୍ଗରେ ନେଇ ଯାଇଛନ୍ତି । କୋଭିଡ କଟକଣା ଭିତରେ ସମସ୍ତ କାର୍ଯ୍ୟ କରାଯାଉଛି । ସୂଚନା ଅନୁସାରେ ପ୍ରଥମେ ଏହି ଭାର ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ପହଂଚିବ । ଦଇତାପତି ସେବାୟତମାନେ ଏହି ଭାରକୁ ନେଇ ଅଣସର ପିଣ୍ଡିରେ ଶ୍ରୀଜିଉଙ୍କୁ ଲାଗି କରିବେ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe