କନକ ବ୍ୟୁରୋ : ପରମ୍ପରା ଅନୁସାରେ ମାମୁଁ ଘରୁ ଅଣସର ଭାର ଶ୍ରୀମନ୍ଦିରକୁ ଯାଇଥାଏ । ସ୍ନାନ ପୂର୍ଣ୍ଣମୀରେ ମହାସ୍ନାନ ପରେ ଶ୍ରୀଜିଉଙ୍କ ଜ୍ୱର ହେବାପରେ ନିଆଳି ମାଧବାନନ୍ଦଙ୍କ ପାଖରୁ ଶ୍ରୀମନ୍ଦିରକୁ ଅଣସର ଭାର ଯିବାର ପରମ୍ପରା ରହିଆସିଛି । ସେଥିଲାଗି ନିଆଳି ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ଶ୍ରୀମନ୍ଦିରକୁ ପଠାଯାଇଛି ।
ସେବାୟତମାନେ ବିଭିନ୍ନ ପ୍ରକାର ଫଳ ଓ ମହୋଷଧି, ତୁଳସୀ ଓ ଫୁଲ ଆଦି ସାଙ୍ଗରେ ନେଇ ଯାଇଛନ୍ତି । କୋଭିଡ କଟକଣା ଭିତରେ ସମସ୍ତ କାର୍ଯ୍ୟ କରାଯାଉଛି । ସୂଚନା ଅନୁସାରେ ପ୍ରଥମେ ଏହି ଭାର ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ପହଂଚିବ । ଦଇତାପତି ସେବାୟତମାନେ ଏହି ଭାରକୁ ନେଇ ଅଣସର ପିଣ୍ଡିରେ ଶ୍ରୀଜିଉଙ୍କୁ ଲାଗି କରିବେ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/22-13.jpg)