କନକ ବ୍ୟୁରୋ : ଟିକେଟ ବଂଟନକୁ ନେଇ ମଣିପୁର ବିଜେପିରେ କନ୍ଦଳ । ଆଜି ବିଜେପି ପକ୍ଷରୁ ବିଧାନସଭାର ସମସ୍ତ ୬୦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତିନି ବିଧାୟକଙ୍କ ଟିକେଟ କଟିଥିବା ବେଳେ କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ୧୦ ଜଣ ବିଧାୟକଙ୍କୁ ବିଜେପି ପ୍ରାର୍ଥୀ କରିଛି । ଟିକେଟ୍ ପାଇଥିବା ପ୍ରାର୍ଥୀ ଖୁସି ଜାହିର କରିଛନ୍ତି । ସେହିପରି ଅସନ୍ତୁଷ୍ଟ ଟିକେଟ ଆଶାୟୀ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ହଙ୍ଗାମା କରିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ପୋଷ୍ଟର ଦାହ କରି ନାରାବାଜି କରିଛନ୍ତି । ସ୍ଥିତି ଏମିତି ହୋଇଥିଲା ଯେ ଅସନ୍ତୁଷ୍ଟ ବିଜେପି କର୍ମୀଙ୍କୁ ନିୟନ୍ତ୍ରଣ କରିବାକୁ ଇମ୍ଫାଲ ପୁଲିସକୁ ନାକେଦମ ହେବାକୁ ପଡିଛି । ମଣିପୁର ବିଜେପି ମୁଖ୍ୟ କାର୍ଯ୍ୟାଳୟ ଆଗରେ ପୁଲିସ ସୁରକ୍ଷା ବଢାଇ ଦିଆଯାଇଛି । ସେପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ବିଜେପି କାର୍ଯ୍ୟାଳୟରେ ମଧ୍ୟ ଭଙ୍ଗାରୁଜା ହୋଇଥିବାର ଖବର ମିଳିଛି ।