ସହାୟତାର ହାତ ବଢାଇଲା ଅନପୂର୍ଣ୍ଣା ଆଗ୍ରୋ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲେ ୩ ଲକ୍ଷ ଟଙ୍କା ।

622

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ଭାଇରସ ତାର କାୟା ବିସ୍ତାର କରୁଛି । ଆମେରିକା ଭଳି ସର୍ବଶକ୍ତିମାନ ଦେଶ ମଧ୍ୟ ଏହି ଭାଇରସ କବଳରେ ଆଜି ଧରାଶାୟୀ ହୋଇପଡିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶ ବଢି ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ପହଞ୍ଚିଲାଣି ।

କରୋନାର ମୁକାବିଲା ପାଇଁ ମଧ୍ୟ ଜାତୀୟ ସ୍ଥରରେ ତଥା ରାଜ୍ୟ ସ୍ଥରରେ ବିଭିନ୍ନ ଅନୁଷ୍ଠାନ ସହାୟତାର ହାତ ବଢାଇଛନ୍ତି । ଆଉ ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ବାଲେଶ୍ୱରର ଜିଲ୍ଲାର ଛଣପୁର ନିକଟସ୍ଥ ଅନପୂର୍ଣ୍ଣା ଆଗ୍ରୋ ଇଣ୍ଟରନେସନାଲ ପ୍ରାଇଭେଟ୍ ଲିମିଟେଡ ଅନୁଷ୍ଠାନ । କୋଭିଡ ୧୯ର ମୁକାବିଲା ପାଇଁ ଅନୁଷ୍ଠାନ ପକ୍ଷରୁ ବାଲେଶ୍ୱରର ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି।