ନିଶା ବ୍ୟବସାୟ କରୁଥିଲେ ଅନନ୍ୟା! ଚ୍ୟାଟିଂରେ ଆଉ ଏକ ଖୁଲାସା

220

କନକ ବ୍ୟୁରୋ: କ୍ରୁଜ୍ ଡ୍ରଗ୍ସ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ଆରୟନ୍ ଖାନଙ୍କ ପରେ ତାଙ୍କ ବାନ୍ଧବୀ ଅନନ୍ୟା ପାଣ୍ଡେଙ୍କ ସମସ୍ୟା ବଢିବାରେ ଲଗିଛି ।  ଡ୍ରଗ୍ସକୁ ନେଇ ଏନସିବିକୁ ଆରୟନ ଓ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ଆଉ ଏକ ହ୍ୱାଟ୍ସଆପ୍ ଚ୍ୟାଟିଙ୍ଗ ମିଳିଛି । ଏହାର ସ୍କ୍ରିନ୍ ସଟ୍ ମଧ୍ୟ ସାମ୍ନାକୁ ଆସିଛି । ଏହି ଚ୍ୟାଟରେ ଆରୟନ ଓ ଅନନ୍ୟାଙ୍କ ମଧ୍ୟରେ ଡ୍ରଗ୍ସ ଲେଣଦେଣ ସହ ଏନସିବି ବିଷୟରେ ମଧ୍ୟ ଉଲ୍ଲେଖ ହୋଇଛି । ଏକ ଗ୍ରୁପ ଚ୍ୟାଟିଂର ସ୍କ୍ରିନ ସଟ୍ ମଧ୍ୟ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଥିରେ ଆରୟନଙ୍କୁ ‘ କୋକେନ୍ ଟୁମୋରୋ’ର ପ୍ରସ୍ତାବ ଦେଇଥିବା ଜଣାପଡିଛି । ଅନ୍ୟ ଏକ ଚ୍ୟାଟରେ ଆରୟନ ଏନସିବିର ନାଁ ନେଇ ସାଙ୍ଗ ମାନଙ୍କୁ ଧମକାଉଥିବା ଜଣାପଡିଛି । ହ୍ୱାଟ୍ସଆପର ଗ୍ରୁପ୍ ଚ୍ୟାଟିଂରେ ଆରୟନ୍ ଜଣେ ସାଙ୍ଗଙ୍କ ସହ ବିପୁଳ ପରିମାଣର ଡ୍ରଗ୍ସ କିଣିବା ଉପରେ କଥାବାର୍ତ୍ତା ହେଉଥିଲେ । ସେ ସାଙ୍ଗଙ୍କ ଠାରୁ ୮୦ ହଜାର ଟଙ୍କାର ଡ୍ରଗ୍ସ ମଗାଇଥିଲେ । ଏହି ଚ୍ୟାଟିଙ୍ଗ ୨୦୧୯ ଜୁଲାଇରେ ହୋଇଥିଲା । ଏହି ଡିଲକୁ ଆରୟନ୍ ‘ ଚରସ୍ ୱିଡ୍’ ନାଁ ଦେଇଥିଲେ । ସେହିଦିନ ଡ୍ରଗ୍ସକୁ ନେଇ ଆରୟନଙ୍କ ସହ ଅନନ୍ୟା ମଧ୍ୟ କଥା ହୋଇଥିଲେ । ଏଥିରେ ଅନନ୍ୟା ଡ୍ରଗ୍ସ କାରବାର କରୁଥିବା କହିଛନ୍ତି । ପରେ ଆରୟନ୍ ୱିଡ୍ ଆଣିଛୁ କି ନାହିଁ ବୋଲି ଅନନ୍ୟାଙ୍କୁ ପଚାରିଥିଲେ । ଏଥିରେ ଅନ୍ୟ ୩ଜଣ ସେଲିବ୍ରିଟିଙ୍କ ପିଲା ସମ୍ୃକ୍ତ ଥିବା ମଧ୍ୟ କୁହାଯାଉଥିଲେ ବି ଏହାକୁ ନେଇ କିଛି ପ୍ରକାଶ କରାଯାଇନାହିଁ ।