ସମାଜ ପାଇଁ ଦିଗଦର୍ଶନ ପାଲଟିଥିବା ମହିଳାଙ୍କୁ ନେଇ କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ : ଅନନ୍ୟାରେ ଭାଗ ନେଲେ ଜାତୀୟ ପୁରସ୍କାର ବିଜେତା ନୀନା ଗୁପ୍ତା ଓ ଜ୍ଞାନପୀଠ ପୁରସ୍କାର ବିଜୟିନୀ ପ୍ରତିଭା ରାୟ

Advertisment

କନକ ବ୍ୟୁରୋ : ସମାଜ ପାଇଁ ଦିଗଦର୍ଶନ ପାଲଟିଥିବା ମହିଳାଙ୍କୁ ନେଇ ଆୟୋଜିତ ହୋଇଯାଇଛି କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନନ୍ୟା । ଏଥିରେ ସାମିଲ ହୋଇଥିଲେ ଜାତୀୟ ପୁରସ୍କାର ବିଜେତା ନୀନା ଗୁପ୍ତା ଓ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ । ସ୍ୱତନ୍ତ୍ର ଅବସରରେ ତାଙ୍କ ସହ ଆଲୋଚନା କରିଥିଲେ ସମ୍ବାଦର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ ।

publive-image

ସାମ୍ପ୍ରତିକ ସମାଜରେ ମହିଳା ସଶକ୍ତିକରଣ ନେଇ ନିଜର ମତ ରଖିଛନ୍ତି ନୀନା ଗୁପ୍ତା । ସମାଜରେ ମହିଳାଙ୍କ ପ୍ରତି ଘଟୁଥିବା ହିଂସା କିପରି କମ୍ ହୋଇପାରିବ ସେ ନେଇ ସେ ମତ ରଖିଛନ୍ତି । କହିଛନ୍ତି ‘ମୁଁ ଏଠାରେ ଉପସ୍ଥିତ ମହିଳାଙ୍କ ଭିତରୁ ଜଣେ। ସାଧାରଣରେ ଦେଖିବାକୁ ଗଲେ ମୁଁ ନିହାତି ନରମ ସ୍ୱଭାବର। ମାତ୍ର କୌଣସି ସମସ୍ୟାର ସାମ୍ନା କରିବାର ଥିଲେ ମୁଁ ଏକଦମ ଟାଣୁଆ ମହିଳାଙ୍କ ପରି ସାମ୍ନାକୁ ଆସେ। ପ୍ରତ୍ୟେକ ମହିଳା ଜଣେ ଜଣେ ‘ସିଙ୍ଗ୍ଲ ମଦର’। ଫରକ ଏତିକି ଆପଣମାନଙ୍କ ଘର ଖର୍ଚ୍ଚରେ ସ୍ୱାମୀଙ୍କ ରୋଜଗାର ରାଶି ମିଶେ, ମୋର ମିଶେନି। ମାତ୍ର ପିଲା ସମ୍ଭାଳିବା କାମ ମାଆ ହିଁ ତ କରିଥାନ୍ତି। ଆମ ସମାଜରେ ଅନେକ କିଛି ପରିବର୍ତ୍ତନ ହୋଇଛି ସତ ମାତ୍ର ମହିଳାଙ୍କ ସ୍ଥିତି ଯେମିତି ଥିଲା ସେମିତି ଅଛି। ତାଙ୍କ ପରିସ୍ଥିତି ଆଦୌ ବଦଳିନି। ଯଦି ମହିଳା ସଶକ୍ତିକରଣ ଚାହାନ୍ତି ତେବେ ପ୍ରଥମେ ଆପଣ ନିଜର ପୁଅକୁ ଶିଖାନ୍ତୁ କିପରି ମହିଳାଙ୍କୁ ସମ୍ମାନ ଦିଆଯିବା ଉଚିତ।’

publive-image

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜ୍ଞାନପୀଠ ପୁରସ୍କାର ବିଜେତା ସାହିତ୍ୟିକା ପଦ୍ମଶ୍ରୀ ପ୍ରତିଭା ରାୟ ମହିଳାମାନଙ୍କ ସଂପର୍କରେ ନିଜର ବହୁମୂଲ୍ୟ ମତ ରଖିଥିଲେ। ମଞ୍ଚ ଉପରେ ଶ୍ରୀମତୀ ରାୟଙ୍କୁ ତାଙ୍କର କାଳଜୟୀ ଉପନ୍ୟାୟ ‘ଯାଜ୍ଞସେନୀ’କୁ ନେଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ତାଙ୍କ ଝିଅ ତଥା ଶିକ୍ଷାବିତ୍ ଡ. ଆଦ୍ୟାଶା ଦାସ। ପ୍ରଶ୍ନର ଉତ୍ତରରେ ଡ.ରାୟ କହିଥିଲେ, ‘ମୁଁ ଚରିତ୍ର ନିର୍ବାଚନ କରେନି, ଚରିତ୍ରମାନେ ମୋତେ ନିର୍ବାଚନ କରନ୍ତି। ଯୁଗ ଅନୁସାରେ ଦ୍ରୌପଦୀ ଚରିତ୍ରର ପ୍ରାସଂଗିକତା ଅନେକ ବଢ଼ିଛି। ‘ଯାଜ୍ଞସେନୀ’ ଲେଖିବାବେଳେ ଚରିତ୍ର, ଘଟଣା, ସ୍ରଷ୍ଟା ସବୁ ଏକ ହୋଇ ଯାଇଥିଲେ। ପ୍ରତ୍ୟେକ ମୁହୂର୍ତ୍ତରେ ଚାଲିଥିଲା ଶବ୍ଦର ମାଳ ଗୁନ୍ଥା। ଜଣେ ଉତ୍ତମ ଲେଖକ ଭିତରେ ପ୍ରେମ ଓ ନର୍ଭୀକତା ଦୁଇଟି ମୁଖ୍ୟ ଉପାଦାନ ହେବା ଉଚିତ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe