କ୍ରୁଜ୍ ଡ୍ରଗ୍ସ କାରବାର ମାମଲା: ଅନନ୍ୟାକୁ ଆଜି ବି ଜେରା କରୁଛି ଏନସିବି

78

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଅଜି ଦ୍ୱିତୀୟ ଥର ପାଇଁ ଅନନ୍ୟା ପାଣ୍ଡେଙ୍କୁ ଜେରା ଆରମ୍ଭ କରିଛି ଏନସିବି । ଏହା ପୂର୍ବରୁ ୨୧ ତାରିଖରେ ଆରୟନଙ୍କ ସହ ତାଙ୍କର ଏକ ଚ୍ୟାଟିଙ୍ଗ ଜଣାପଡିବା ପରେ ଆଜି ତାଙ୍କୁ ଦ୍ୱିତୀୟ ଥର ଜେରା ପାଇଁ ସମନ ହୋଇଥିଲା । ଡ୍ରଗ୍ସ ମାମଲାରେ ଜେଲରେ ଥିବା ଶାହାରୁଖଙ୍କ ପୁଅ ଆରୟନଙ୍କ ସହ ହ୍ୱାଟ୍ସଆପରେ ଚ୍ୟାଟିଂ କରିଥିଲେ ଅନନ୍ୟା । ଚ୍ୟାଟିଙ୍ଗରେ ମାଦକ ଦ୍ରବ୍ୟ ଉପରେ ଦୁହିଁଙ୍କ ମଧ୍ୟରେ ଚ୍ୟାଟିଙ୍ଗ ହୋଇଥିଲା । ଏହା ଜାଣିବା ପରେ ଆକ୍ସନ ମୋଡକୁ ଆସିଥିଲା ଏନସିବି ।

ଦୁହିଁଙ୍କ ମଧ୍ୟରେ ହ୍ୱାଟ୍ସଆପରେ ଗଂଜେଇକୁ ନେଇ ଚ୍ୟାଟିଙ୍ଗ ହୋଇଥିଲା । ଆରୟନଙ୍କ ପାଇଁ ଗଂଜେଇ ଯୋଗାଡ କରିଦେବାକୁ କହିଥିଲେ ଅନନ୍ୟା । ଏହି ଚ୍ୟାଟିଙ୍ଗ ଅନନ୍ୟାଙ୍କୁ ଏନସିବି ଅଧିକାରୀ ଦେଖାଇବା ପରେ ଏହା କେବଳ ଏକ ମଜାକ ଥିଲା ବୋଲି କହିଥିଲେ ଅନନ୍ୟା । ଏହା ବାଦ୍ ଡ୍ରଗ୍ସ କାରବାରକୁ ନେଇ ଅନନ୍ୟାଙ୍କ ବିରୋଧରେ ଏନସିବିକୁ କୌଣସି ପ୍ରମାଣ ମିଳିନାହିଁ । ତେବେ ଏନସିବିର ପ୍ରାଥମିକ ଜେରା ପରେ ଅଭିନେତା ଚମକି ପାଣ୍ଡେଙ୍କ ଅନେକ କାମ ସ୍ଥଗିତ ରହିଛି ।