ଆଜି ପୁଣି ଏନସିବିରେ ହାଜର ହେବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ : ଆରୟନଙ୍କ ସହ ଲିଙ୍କ ନେଇ ନୋଟିସ ପରେ ଗତକାଲି ହୋଇଥିଲା ପଚରାଉଚରା

ସେପଟେ ସ୍ପେଶାଲ କୋର୍ଟରୁ ଜାମିନ ଖାରଜ ପରେ ହାଇକୋର୍ଟ ଗଲେ ଆରୟନଙ୍କ ଓକିଲ

93

କନକ ବ୍ୟୁରୋ : ଆଜି ପୁଣି ଏନସିବି ନିକଟରେ ହାଜର ହେବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଗୁରୁବାର ଏନସିବି ଟିମ୍ ଶାହାରୁଖଙ୍କ ଘର ମନ୍ନତ ଏବଂ ଅନନ୍ୟା ପାଣ୍ଡେଙ୍କ ଘରେ ନୋଟିସ ଲଗେଇଥିଲା । ନୋଟିସ ପରେ ଏନସିବି ନିକଟରେ ହାଜର ହୋଇଥିଲେ ଅନନ୍ୟା ।

ମୁମ୍ୱାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଗୁରୁବାର ଏହି ତିନୋଟି ଚିତ୍ର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ପୁରା ମାୟାନଗରୀ ବି ଥମ୍ ହୋଇଯାଇଛି । କାରଣ ଗତ ଅକ୍ଟୋବର ୨ ତାରିଖର କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କୁ ମିଳୁନି ଜାମିନ୍ । ଏହାରି ଭିତରେ ତଦନ୍ତରେ ସାମ୍ନାକୁ ଆସିଥିଲା ଆରୟନଙ୍କ ମୋବାଇଲର ଡ୍ରଗ୍ସ ଚାର୍ଟ । ଯାହାକୁ ନେଇ ଆରୟନଙ୍କ ଇଲେକ୍ଟ୍ରୋନିକ୍ସ ଡିଭାଇସ ଗୁଡିକୁ ଖୋଜୁଛି ଏନସିବି ଟିମ୍ । ସେଥିପାଇଁ ଏନସିବି ଟିମ୍ ମନ୍ନତରେ ନୋଟିସ ଲଗାଇଛି ।

-ଆରୟନଙ୍କ ଅଡୁଆ ବଢାଉଛି ହ୍ୱାଟସଆପର ଡ୍ରଗ୍ସ ଚାଟ୍

-ଚାଟରେ ଅଛି ବ୍ଲାଷ୍ଟ ଓ ବଲକ୍ ଭଳି ଶବ୍ଦ

-ଏନସିବି ନିକଟରେ ଆରୟନ ଓ ଅନନ୍ୟା ପାଣ୍ଡେଙ୍କ ହ୍ୱାଟସଆପ ଚାଟ

-ଆରୟନ-ଅନନ୍ୟାଙ୍କ ଡ୍ରଗ୍ସ ଚାଟ ନେଇ ଖୋଳତାଡ କରୁଛି ଏନସିବି

ଏନସିବି ହାତରେ ଆରୟନ ଓ ଅନନ୍ୟା ପାଣ୍ଡେଙ୍କ ହ୍ୱାଟସ୍ ଆପ ଚାଟ ଲାଗିବା ମାମଲାକୁ ଅଡୁଆ ଭିତରକୁ ନେଉଛି । ସେପଟେ ଘଟଣାରେ ବଲିଉଡ ଷ୍ଟାର ଚୁନକି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କ ନାଁ ଆସିବା ପରେ ଏନସିବିରେ , ଅନନ୍ୟାଙ୍କ ଘରେ ପହଁଚି ହାଜର ହେବାକୁ ନୋଟିସ କରିଥିଲା । ଏନସିବିର ଦୁଇଟି ନୋଟିସ ପରେ ଏନସିବିରେ ଗୁରୁବାର ହାଜର ହୋଇଛନ୍ତି ଅନନ୍ୟା ପାଣ୍ଡେ । ଏନସିବି ତାଙ୍କୁ ଏହି ଡ୍ରଗ୍ସ ଚାର୍ଟ ସମ୍ପର୍କରେ ଗୁଡେଇ ତୁଡେଇ ପ୍ରଶ୍ନ କରିଥିବା ଜଣାପଡିଛି ।

ଗତ ଅକ୍ଟୋବର ୨ ତାରିଖରୁ ମୁମ୍ୱାଇ ଡ୍ରଗ୍ସ କାଣ୍ଡ ଘଟଣାରେ ଗିରଫ ହେଲେଣି ଆରୟନ ଖାନ । ଏଯାଏଁ ତାଙ୍କୁ ଜାମିନ୍ ମିଳିନାହିଁ । ସ୍ପେଶାଲ କୋର୍ଟରେ ବାରମ୍ୱାର ଜାମିନ୍ ଖାରଜ ପରେ ଆରୟନଙ୍କ ଓକିଲ ସତୀଶ ମାନସିନେ୍ଧ ଆରୟନଙ୍କୁ ଜାମିନ୍ ପାଇଁ ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା ମଙ୍ଗଳବାର ଆରୟନଙ୍କ ଜାମିନ୍ ନେଇ ବମ୍ୱେ ହାଇକୋର୍ଟରେ ଶୁଣାଣି ହେବ ବୋଲି ଜଣାପଡିଛି । ଏଥର ଜାମିନ୍ ମିଳିବା ନେଇ ସେ ବେଶ୍ ଆଶାବାଦୀ ।