ମୁମ୍ୱାଇ ଡ୍ରଗ୍ସ ମାମଲା : ସୋମବାର ଅନନ୍ୟାଙ୍କୁ ପୁଣି ହେବ ଜେରା; ସେପଟେ ୨ ଦିନ ହେଲା ଅନନ୍ୟାଙ୍କୁ ଏହି ସବୁ ପ୍ରଶ୍ନ କରିଥିଲା ଏନସିବି

Advertisment
ମୁମ୍ୱାଇ ଡ୍ରଗ୍ସ ମାମଲା : ସୋମବାର ଅନନ୍ୟାଙ୍କୁ ପୁଣି ହେବ ଜେରା; ସେପଟେ ୨ ଦିନ ହେଲା ଅନନ୍ୟାଙ୍କୁ ଏହି ସବୁ ପ୍ରଶ୍ନ କରିଥିଲା ଏନସିବି

କନକ ବ୍ୟୁରୋ : ମୁମ୍ୱାଇ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ପୁଣି ଥରେ ଜେରା କରିବ ଏନସିବି । ସୋମବାର ପୁଣି ହାଜର ହେବାକୁ ଏନସିବି ଅନନ୍ୟାଙ୍କୁ କହିଛି । ୨ ଦିନ ଭିତରେ ତାଙ୍କୁ ପ୍ରାୟ ୬ ଘଂଟା ଜେରା ହୋଇ ସାରିଛି । କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଗିରଫ ଆରୟନଙ୍କ ସହ ଚାଟ୍, ଏବେ ଅନନ୍ୟାଙ୍କ ପାଇଁ ଅଡୁଆ ବଢାଇ ଦେଇଛି । ୨ ଦିନ ମଧ୍ୟରେ ଏନସିବି ଅନନ୍ୟାଙ୍କୁ ଜେରା ବେଳେ ଅନେକ ଗୁଡିଏ ପ୍ରଶ୍ନ ପଚାରିଥିଲା ।

ଅନନ୍ୟାଙ୍କୁ ଏନସିବିର ପ୍ରଶ୍ନ : -
- ଆରୟନଙ୍କ ସହ ଡ୍ରଗ୍ସ ବାବଦରେ କେତେଥର କଥା ହୋଇଛନ୍ତି ?
- ଆପଣଙ୍କୁ କିଏ ଡ୍ରଗ୍ସ ସପ୍ଲାଇ କରନ୍ତି ?
- କୌଣସି ଦୋକାନୀ ଠାରୁ ସିଧାସଳଖ କିଣନ୍ତି କି ?
- ଥରକେ କେତେ ପରିମାଣ ଡ୍ରଗ୍ସ କିଣନ୍ତି ? 
- ଆୟର୍ନଙ୍କ ସହ କେବେଠାରୁ ଡ୍ରଗ୍ସ ସେବନ କରୁଛନ୍ତି ?
-ଆପଣଙ୍କ ସହ ଆଉ କିଏ କିଏ ଡଗ୍ସ ସେବନ କରନ୍ତି ?
- ଡଗ୍ସ କିଣିବା ପରେ ଦୋକାନୀକୁ କିଭଳି ପେମେଂଟ କରାଯାଏ ?
- ଇଲୋକ୍ଟ୍ରୋନିକ୍ ପେମେଂଟ, ଟ୍ରାନ୍ସଫର ନା ନଗଦ ?
- ଡ୍ରଗ୍ସ ପେଡ୍ଲରକୁ କେଉଁଠି ଭେଟନ୍ତି ?
- ଆପଣଙ୍କୁ ଡ୍ରଗ୍ସ ଯୋଗାଉଥିବା ଲୋକଙ୍କ ନାମ କଣ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe