ବଳି ପଡିଲା ଅନନ୍ୟାଙ୍କ କ୍ୟାରିଅର । ଡ୍ରଗ୍ସ ମାମଲାରେ ଜେରା ପରେ ହାତରୁ ଖସିଲା ବଡ ପ୍ରୋଜେକ୍ଟ

Advertisment
ବଳି ପଡିଲା ଅନନ୍ୟାଙ୍କ କ୍ୟାରିଅର । ଡ୍ରଗ୍ସ ମାମଲାରେ ଜେରା ପରେ ହାତରୁ ଖସିଲା ବଡ ପ୍ରୋଜେକ୍ଟ

କନକ ବ୍ୟୁରୋ: ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଅଡୁଆ ବଢିବାରେ ଲାଗିଛି । ଇଣ୍ଡଷ୍ଟ୍ରିରେ ନିଜ ସ୍ଥାନ ଜମାଇ ଆସୁଥିବାବେଳେ କାଳ ହୋଇଛି ଆରୟନଙ୍କ ସହ ଫୋନ୍ ଚ୍ୟାଟିଙ୍ଗ । ଏନସିବି ଦ୍ୱାରା ଏହି ମାମଲାରେ ଦୁଇ ଦୁଇ ଥର ଜେରା ହେବା ପରେ ତାଙ୍କ ହାତରୁ ଖସିଯାଇଛି ବଡ ଫିଲ୍ମ ପ୍ରୋଜେକ୍ଟ । ସାଉଥ୍ ସୁପରଷ୍ଟାର ବିଜୟ ଥାଲପଥିଙ୍କ ସହ ଆରମ୍ଭ ହେବାକୁ ଥିବା ଫିଲ୍ମକୁ ହରାଇଛନ୍ତି ଅନନ୍ୟା ।

ସୂଚନା ମୁତାବକ, ବିଜୟ ଥଲପଥି ଖୁବ ଶୀଘ୍ର ଫିଲ୍ମ ଥଲପଥି ୬୬ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାମି ପେଡିପଲ୍ଲି ଦେଇଥିବା ବେଳେ ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ। ତେବେ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଅନନ୍ୟା ପାଣ୍ଡେଙ୍କୁ ମନୋନୀତ କରାଯାଇଥିଲା। ହେଲେ ଏବେ ମିଳିଥିବା ସୂଚନା ମୁତାବକ, ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସ ପାଇଁ ଅନନ୍ୟାଙ୍କୁ ଫିଲ୍ମରୁ ହଟାଇଦିଆଯାଇଛି।

ଉଲ୍ଲେଖଯୋଗ୍ୟ, କ୍ରୁଜ ଡ୍ରଗ୍ସ ପାର୍ଟିରେ ଆରୟନ ଖାନ ଅନନ୍ୟାଙ୍କ ସହ ଚାଟ୍ କରିଥିବା ନେଇ ତଦନ୍ତରେ ସାମ୍ନାକୁ ଆସିବା ପରେ ଏନସିବି ଅନନ୍ୟାଙ୍କୁ ଜେରା ପାଇଁ ସମନ ପଠାଇଥିଲା। ଦୁଇ ଥର ଅନନ୍ୟ‌ାଙ୍କୁ ଜେରା କରାଯାଇଥିବା ବେଳେ ସୋମବାର ପୁଣି ଥରେ ତାଙ୍କୁ ଜେରା କରାଯିବ। ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିବାରୁ ଏନସିବି ପୁଣି ଥରେ ପଚରାଉଚରା ପାଇଁ ଡକାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe