କନକ ବ୍ୟୁରୋ : ଜୀବନ ଘାତକ କ୍ରୋନିକ ରୋଗରେ ପୀଡିତ ଶିଶୁ ଅନୟର ବଞ୍ଚିବା ଆଶା ଉଜ୍ୱିବୀତ ହୋଇଛି । ଶିଶୁଟିର ଜୀବନ ବଞ୍ଚାଇବାକୁ ଆବଶ୍ୟକ ପଡୁଥିବା ୧୬ କୋଟି ଟଙ୍କାର ଏକ ଟିକାକୁ କମ୍ପାନୀ ମାଗଣାରେ ଦେବ ବୋଲି ଘୋଷଣା କରିଛି । ପ୍ରଥମେ ଅନୟର ପିତାମାତା ଶିଶୁଟିକୁ ବଞ୍ଚାଇବାକୁ ସୋସିଆଲ ମିଡିଆ ମାଧ୍ୟମରେ ସହାୟତା ମାଗିଥିଲେ । ହେଲେ ଏତେ ଟଙ୍କା ସହାୟତା ମିଳିବା ସମ୍ଭବ ହୋଇପାରି ନଥିଲା । ଏହାପରେ ସେମାନେ ସ୍ଥାନୀୟ ସାଂସଦ ବ୍ରଜଭୂଷଣ ସିଂଙ୍କ ପାଖରେ ଗୁହାରି କରିଥିଲେ ।

Advertisment

ଏହାପରେ ବ୍ରଜଭୁଷଣ ଏକ କ୍ୟାମ୍ପେନ ଆରମ୍ଭ କରିଥିଲେ । ଏଥିରେ ସେ ଅନୟାର ମୁଣ୍ଡ ଉପରେ ହାତ ରଖି ଆର୍ଶିବାଦ କରୁଥିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ସହାୟତା ମାଗିଥିଲେ । ଏଭଳି ପୋଷ୍ଟ କରିବାର ମାତ୍ର କିଛି ସମୟ ମଧ୍ୟରେ ଏହି ଫଟୋ ଭାଇରାଲ ହୋଇ ଟିକା ନିର୍ମାତା କମ୍ପାନୀ ପାଖରେ ପହଂଚିଯାଇଥିଲା । ହେଲେ କମ୍ପାନୀ ପାଖରେ ଏଭଳି ଟିକା ନେବାକୁ ଅନେକ ଲୋକ ଆବେଦନ କରିଥିବାରୁ କମ୍ପାନୀ ତରଫରୁ ଶେଷରେ ଏକ ଲକିଡ୍ରର ବ୍ୟବସ୍ଥା କରାଯାଇଥିଲା ।