କନକ ବ୍ୟୁରୋ : ଗାଁରେ ପହଞ୍ଚିଲା ସହିଦ ମେଜର ଆଶିଷଙ୍କ ପାର୍ଥିବ ଶରୀର । ସହିଦଙ୍କ ପାର୍ଥିବ ଶରୀରକୁ ହରିୟାଣାର ପାନିପତକୁ ନିଆଯାଇଛି । ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଗାଁକୁ ନିଆଯାଇଛି । ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବୁଧବାର ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ସହିଦ ହୋଇଥିଲେ ମେଜର ଆଶିଷ ଧୋନଚକ୍ ।

Advertisment

ଆଶିଷଙ୍କର ୨ ବର୍ଷର ଝିଅ ଅଛନ୍ତି । ସେ ଦେଢ ମାସ ତଳେ ଘରକୁ ଆସିଥିଲେ । ଆସନ୍ତା ଅକ୍ଟୋବରରେ ପୁଣି ଥରେ ଘରକୁ ଆସିବେ ବୋଲି ତାଙ୍କର ଦୁଇ ବର୍ଷର ଝିଅ, ପତ୍ନୀ ଓ ପରିବାର ଲୋକଙ୍କୁ କହି ଯାଇଥିଲେ । ହେଲେ ଦେଶ ପାଇଁ ପ୍ରାଣବଳି ଦେଇ ସବୁଦିନ ପାଇଁ ବିଦାୟ ନେଇଗଲେ । ମେଜରଙ୍କ ତିନି ଭଉଣୀ ମଧ୍ୟ ତାଙ୍କର ଏକମାତ୍ର ଭାଇକୁ ହରାଇଛନ୍ତି । ବୁଧବାର ହୋଇଥିବା ଏନକାଉଣ୍ଟରରେ କର୍ଣ୍ଣେଲ ମନପ୍ରୀତ ସିଂହ ଓ ଡିଏସପି ହୁମାୟୁନ ଭଟ୍ଟ ମଧ୍ୟ ସହିଦ ହୋଇଛନ୍ତି ।