ଭୁବନେଶ୍ୱର ‘ମଧ୍ୟ’ର ମଙ୍ଗ ଧରିଲା ବିଜେଡି । ବିଜେପିର ଜଗନ୍ନାଥଙ୍କ ଉପରେ ‘ଅନନ୍ତ’ ବିଜୟ ।

Advertisment
ଭୁବନେଶ୍ୱର ‘ମଧ୍ୟ’ର ମଙ୍ଗ ଧରିଲା ବିଜେଡି । ବିଜେପିର ଜଗନ୍ନାଥଙ୍କ ଉପରେ ‘ଅନନ୍ତ’ ବିଜୟ ।

କନକ ବ୍ୟୁରୋ : ୧୯ କୁରୁକ୍ଷେତ୍ରର ଚାଲିଛି ମହାନିର୍ଣ୍ଣୟ । ଓଡିଶାରେ ପୁଣି ଥରେ ଦମ୍ ଦେଖାଇଛି ବିଜୁ ଜନତା ଦଳ । ଆଉ ଏହାରି ମଧ୍ୟରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ବିଜେଡି ପାଇଁ ଆସିଛି ଆଉ ଏକ ସଫଳତା । ବାଜି ମାରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ପାଖାପାଖି ୧୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ମେୟରରୁ ବିଧାୟକ ବନିଛନ୍ତି ଅନନ୍ତ ।

ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା । ତେବେ ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିଆସିଥିଲା ଏହି ବିଧାନସଭା ଆସନ । କିଏ ଏହି ଆସନରୁ ବିଜୟଟିକା ପିନ୍ଧିବ ସେନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ତେବେ ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe