ଜୋରଦାର ଟକ୍କର ଦେଇ ହାରିଗଲେ ଜଗନ୍ନାଥ ପ୍ରଧାନ । ଭୁବନେଶ୍ୱର (ମଧ୍ୟ)ରୁ ବିଜେଡି ପ୍ରାର୍ଥୀ ଜିତିଲେ ଅନନ୍ତ ନାରାୟଣ ଜେନା ।

2,298

କନକ ବ୍ୟୁରୋ: ଜୋରଦାର ଟକ୍କର ସହ ଜିତିଲେ ଅନନ୍ତ ନାରାୟଣ ଜେନା । ଭୁବନେଶ୍ୱର ମଧ୍ୟ ଆସନରୁ ଲଢୁଥିବା ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହେଇଛନ୍ତି । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କଠାରୁ ମାତ୍ର ଅଳ୍ପ କିଛି ଭୋଟ୍ ବ୍ୟବଧାନରେ ବିଜୟୀ ହେଇଛନ୍ତି ଅନନ୍ତ । ତେବେ ଆଜି ଆରମ୍ଭରୁ ଭୁବନେଶ୍ୱର ମଧ୍ୟ ଆସନରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଆଉ ଶେଷରେ ଜଗନ୍ନାଥ ପ୍ରଧାନଙ୍କୁ ହରାଇ ବିଜୟୀ ହେଇଛନ୍ତି ଅନନ୍ତ ଜେନା । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ଏଥର ରାଜନୀତି ବେଶ ଜୋର ଧରିଥିଲା । ଶେଷ ମୁହୂର୍ତ୍ତରେ ବିଜେଡି ଏହି ଆସନରୁ ଅନନ୍ତ ଜେନାଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ୟପଟେ ବିଜେପି ଏହି ଆସନରୁ ନିଜର ପୁରୁଣା ନେତା ଜଗନ୍ନାଥ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା । ଆଉ ଜୋରଦାର ଟକ୍କର ଦେବା ସତ୍ତେ୍ୱ ମଧ୍ୟ ହାରିଯାଇଛନ୍ତି ଜଗନ୍ନାଥ ପ୍ରଧାନ ।