କନକ ବ୍ୟୁରୋ: ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ଶହ ଶହ ସମର୍ଥକଙ୍କ ସହ ସେ ନବୀନ ନିବାସରେ ପହଞ୍ଚିଛନ୍ତି । ମଧ୍ୟ ନିର୍ବାଚନୀ ମଣ୍ଡଳୀ ଟିକେଟ୍ ପାଇଁ ଛକାପଞ୍ଝା ଚାଲିଛି । ଅମରେଶ ଜେନା ମଧ୍ୟ ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଲବି କରୁଛନ୍ତି । ଏହାରି ଭିତରେ ସମର୍ଥକଙ୍କୁ ନେଇ ଅନନ୍ତ ଜେନା ନବୀନ ନିବାସରେ ପହଞ୍ଚିଛନ୍ତି ଆଉ ଶକ୍ତି ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଜେପି ଭୁବନେଶ୍ୱର ମଧ୍ୟ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି । ଏହି ଆସନରୁ ବିଜେପି ପ୍ରାର୍ଥୀ ହେଇଛନ୍ତି ଜଗନ୍ନାଥ ପ୍ରଧାନ । ଅନ୍ୟପଟେ କିନ୍ତୁ ଗୋଷ୍ଠୀ କନ୍ଦଳ କାରଣରୁ ଏହି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନି । ଆଉ ଶେଷ ମୁହୂର୍ତ୍ତରେ ଟିକେଟ୍ ଲବି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ଅନନ୍ତ ।
ନବୀନ ନିବାସରେ ଅନନ୍ତ ନାରାୟଣ ଜେନାଙ୍କ ଶକ୍ତି ପ୍ରଦର୍ଶନ । ଶହ ଶହ ସମର୍ଥକଙ୍କ ସହ ପହଞ୍ଚିଲେ ନବୀନ ନିବାସ ।
/kanak/media/post_attachments/wp-content/uploads/2024/04/ananta-jena.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)