ବିଧାୟକଙ୍କ ସମ୍ପତି ବଢିଲା କେମିତି ? ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ନାଁରେ ଲୋକାୟୁକ୍ତରେ ମାମଲା 

251

କନକ ବ୍ୟୁରୋ : ବିଧାୟକଙ୍କ ବିରୋଧରେ ଲୋକାୟୁକ୍ତରେ ମାମଲା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ସ୍ଥାନୀୟ ଅଂଚଳର ସମାଜସେବୀ ଶିବଶଙ୍କର ଦାସମହାପାତ୍ର । ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ମାତ୍ର ୯ ମାସରେ ୪୦ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତି ଠୁଳ କରିଛନ୍ତି । ଅଭିଯୋଗ ଅନୁସାରେ, ବିଧାୟକ ଅନନ୍ତ ଦାସ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିବା ବେଳେ ୨୦୧୮, ଜୁଲାଇ ମାସରେ ଦାଖଲ କରିଥିବା ସମ୍ପତି ତାଲିକା ଓ ୨୦୧୯, ଏପ୍ରିଲ ୨ ତାରିଖରେ ବିଧାନସଭା ନିର୍ବାଚନ ବେଳେ ଦାଖଲ କରିଥିବା ସଂପତି ତାଲିକାରେ ତାଳମେଳ ନାହିଁ ।

ମାତ୍ର ୯ ମାସର ବ୍ୟବଧାନରେ ବିଧାୟକଙ୍କ ସମ୍ପତି ୪୦ ଲକ୍ଷ ୬୧ ହଜାର ୮୪୩ ଟଙ୍କା ବୃଦ୍ଧିକୁ ସହଜରେ ଗ୍ରହଣ କରି ପାରୁନାହାନ୍ତ ସମାଜସେବୀ ଶିବଶଙ୍କର । ଅନନ୍ତ ଦାସ ଦାଖଲ କରିଥିବା ସମ୍ପତି ତାଲିକାରୁ ଅନୁଧ୍ୟାନ କରି ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଲୋକାୟୁକ୍ତରେ ଆବେଦନ କରିଛନ୍ତି ଶିବଶଙ୍କର । ୨୦୧୪ର ଧାରା ୧୪ ମୂଳେ ଏଲୱାଇ ୭୮୦/୨୦୨୨ ମାମଲା ରୁଜୁ ହୋଇଛି । ଓଡିଶା ଲୋକାୟୁକ୍ତଙ୍କ ଜୁଡିସିଆଲ ମେମ୍ବର ଜଷ୍ଟି୍ ବିକେ ନାୟକ, ଡାକ୍ତର ଦେବବ୍ରତ ସ୍ୱାଇଁ ଓ ଡ ଆର,ପି ଶର୍ମା ଗତ ୧୩ ତାରିଖରେ ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ।