କନକ ବ୍ୟୁରୋ : ଆଜି ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ । ଆଜି ହେଉଛି ଅନନ୍ତ ଦେବଙ୍କ ବ୍ରତ । ଉଭୟ ପୁରୁଷ ଓ ମହିଳାମାନେ ବ୍ରତ ପାଳନ କରନ୍ତି । ଥରେ ବ୍ରତ ଆରମ୍ଭ କଲେ ୧୪ ବର୍ଷ ପର୍ଯ୍ୟନ୍ତ ନିଷ୍ଠାର ସହ କରିବାକୁ ପଡେ । ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାଙ୍କୁ ପୂଜା କରାଯାଏ ।

Advertisment

ଅଷ୍ଟକୁଳା ନାଗକୁ ମଧ୍ୟ ପୂଜା କରିବାର ପରମ୍ପରା ରହିଛି । ଅନନ୍ତ ଦେବଙ୍କ ପ୍ରତିମା ଚତୁର୍ଭୁଜ ବିଶିଷ୍ଟ ହେବା ଆବଶ୍ୟକ । ନାନା ରତ୍ନ ଅଳଙ୍କାର ସହିତ ଚାରିଭୁଜରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥାନ୍ତି । ଏହି ଦିନ ପୁରୁଣା ବ୍ରତକୁ ଫିଟାଇ କ୍ଷୀରରେ ପକାଇ ବିସର୍ଜନ କରାଯାଏ । ଏହା ପରେ ବ୍ରତଧାରୀ ନୂଆ ବ୍ରତ ଧାରଣ କରିଥାନ୍ତି ।