କନକ ବ୍ୟୁରୋ : ଓଡ଼ିଶାରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଅନନ୍ତ ଅମ୍ବାନୀ । ବିବାହ ପୂର୍ବରୁ ପୁରୀ ଯାଇ ସେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ସେଠାରୁ ଭୁବନେଶ୍ୱର ଆସି ମୁମ୍ବାଇ ଫେରିବେ । ଗତକାଲି ଗୌହାଟୀର ଦେବୀ କାମାକ୍ଷାଙ୍କ ଦର୍ଶନ ସାରି ସେ ଓଡ଼ିଶା ଆସୁଥିବା ଜଣାପଡ଼ିଛି । ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Advertisment

ଏହାପୂର୍ବରୁ ମଧ୍ୟ ଅମ୍ବାନୀ ପରିବାରର ବିବାହ ଉତ୍ସବ ପାଇଁ ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ ଅମ୍ବାନୀ ଦମ୍ପତି । ମହାବାହୁଙ୍କ ପାଖେ ବିବାହ କାର୍ଡ ଦେଖି ଶୁଭକାର୍ଯ୍ୟ ଆରମ୍ଭ କରିଥିଲେ ଅମ୍ବାନି ଦମ୍ପତି । ପୂର୍ବରୁ ବଡ ପୁଅ ଓ ଝିଅ ବିବାହ ଶେଷ ହୋଇଥିବା ବେଳେ ଏବେ ସାନପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ ।

ନିକଟରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଂଟ୍ଙ୍କ ନିର୍ବନ୍ଧ ଶେଷ ହୋଇଛି । ମୁମ୍ବାଇରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ନିର୍ବନ୍ଧ କରାଯାଇଛି । ଗୁଜରାଟୀ ହିନ୍ଦୁ ପରିବାର ରୀତିନୀତି ଅନୁସାରେ ଗୋଲ୍-ଧନା ଓ ଚୁନରୀ ବିଧି ଆୟୋଜିତ ହୋଇଥିଲା । ଉଭୟ ବର କନ୍ୟା ପରସ୍ପରକୁ ମୁଦି ପିନ୍ଧାଇଥିଲେ । ଦୁଇ ପରିବାର ପରସ୍ପରକୁ ଉପହାର ମଧ୍ୟ ଦେଇଥିଲେ । ଏହି ଉତ୍ସବରେ ନୀତା ଅମ୍ବାନୀଙ୍କ ସମେତ ଅମ୍ବାନି ପରିବାର ସଦସ୍ୟଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ବଲିଉଡର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ ।