କନକ ବ୍ୟୁରୋ : ସମ୍ପନ୍ନ ହେଲା ଦେଶର ବହୁଚର୍ଚ୍ଚିତ ଅମ୍ବାନୀ ପରିବାରର ବିବାହ କାର୍ୟ୍ୟକ୍ରମ। ଶୁଭ ମୁହୂର୍ତ୍ତରେ ଅନନ୍ତ ଅମ୍ବାନୀଙ୍କ ହାତ ଧରିଲେ ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟ। ଏହି ସମାରୋହରେ ଦେଶ ବିଦେଶ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି। ରାଜନୀତି ଠାରୁ ଆରମ୍ଭ କରି ସିନେମା, କ୍ରୀଡା, ସଙ୍ଗୀତ ଓ ବ୍ୟବସାୟ କ୍ଷେତ୍ରର ଅନେକ ବଡ଼ ଚେହେରା ଏହି କାର୍ୟ୍ୟକ୍ରମରେ ନଜର ଆସିଥିଲେ। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବଲିଉଡ଼ ତାରକା ଅମିତା ବଚ୍ଚନ, ସଲମନ ଖାନ, ଶାହରୁଖ ଖାନ, ହ୍ରିତିକ ରୋଶନଙ୍କ ସମେତ ବଲିଉଡ଼ ଓ କ୍ରିକେଟ ଜଗତର ବିଭିନ୍ନ ବଡ଼ ଚେହେରା ଏହି ବିବାହ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ମୁମ୍ବାଇର ଜିଓ ୱାର୍ଲଡ କନଭେନସନ ସେଣ୍ଟରରେ ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ କାର୍ୟ୍ୟକ୍ରମ ମହାଆଡ଼ମ୍ବରେ ସମ୍ପୂର୍ଣ୍ଣ ହୋଇଛି। ଏହି ଚର୍ଚ୍ଚିତ ଯୋଡିଙ୍କ ବିବାହର ବିଭିନ୍ନ କାର୍ୟ୍ୟକ୍ରମ ଦୀର୍ଘ ୭ ମାସ ଧରି ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଥିଲା। ଅମ୍ବାନୀ ପରିବାରର ଏହି ବିବାହ କାର୍ୟ୍ୟକ୍ରମରେ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଆକଳନ କରାଯାଉଛି।
ସରିଲା ବହୁ ଚର୍ଚ୍ଚିତ ଅମ୍ବାନୀ ପରିବାରର ବାହାଘର । ଅନନ୍ତ ଅମ୍ବାନୀଙ୍କ ହାତ ଧରିଲେ ବାନ୍ଧବୀ ରାଧିକା ମାର୍ଚ୍ଚାଣ୍ଟ
/kanak/media/post_attachments/wp-content/uploads/2024/07/9-12.jpg)