କନକ ବ୍ୟୁରୋ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ସଙ୍ଗୀତ ସେରିମନି। ଗତକାଲି ରାତିରେ ହୋଇଥିବା ଏହି ଉତ୍ସବରେ ନାଚିଲା ପୂରା ଅମ୍ବାନୀ ପରିବାର। ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସହ ପୂରା ପରିବାରର ଡ୍ୟାନ୍ସ ଦେଖିବାକୁ ମିଳିଛି। ମୁକେଶ ଅମ୍ବାନୀଙ୍କ ଦୁଇ ପୁଅ ଓ ଦୁଇ ବୋହୂଙ୍କ ସମେତ ଝିଅ ଓ ଜ୍ବାଇଁ ମଧ୍ୟ ନାଚିଛନ୍ତି। ଆସନ୍ତା ୧୨ ତାରିଖରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଗତକାଲି ସଙ୍ଗୀତ ସେରିମନି ଅନୁଷ୍ଠିତ ହୋଇଛି। ଏଥିରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ସମେତ କ୍ରିକେଟ ତାରକା ମଧ୍ୟ ସାମିଲ ହୋଇଥିଲେ।