ଭୁବନେଶ୍ୱର ମଧ୍ୟ ଆସନରେ କିଏ ପାଇବ ବିଜେଡି ଟିକେଟ୍ । ତେଜିଲା ଅନନ୍ତ- ଅମରେଶ ବିବାଦ । ଆଜି ନବୀନ ନିବାସରେ ପହଞ୍ଚିଲେ ଦୁଇ ନେତା ।

948

କନକ ବ୍ୟୁରୋ: ଭୁବନେଶ୍ୱର ମଧ୍ୟ ଆସନରେ କିଏ ହେବ ବିଜେଡି ପ୍ରାର୍ଥୀ । ନିର୍ବାଚନ ପୂର୍ବରୁ ତେଜିଲା ବିବାଦ । ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଆଶାୟୀ ପ୍ରାର୍ଥୀ କର୍ପୋରେଟର ଅମରେଶ ଜେନାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ନାଁ ନନେଇ ପରୋକ୍ଷରେ ଅନନ୍ତ ଜେନାଙ୍କୁ ଟାର୍ଗେଟ୍ କରିଛନ୍ତି ଅମରେଶ । ଆଜି ପୁଣି ଦୁଇ ନେତା ନବୀନ ନିବାସରେ ପହଞ୍ଚିିଥିଲେ । ଅମରେଶ କହିଛନ୍ତି, ତାଙ୍କ ବନ୍ଧୁ ମିଳିନ କାର୍ଯ୍ୟକ୍ରମକୁ କିଛି ଲୋକ ବନ୍ଦ କରିବାକୁ ଚାହୁଁଛନ୍ତି । ଏଥିରେ ସେ କେବେ ବି ସଫଳ ହେବେ ନାହିଁ । ବିଜେଡି ନେତାଙ୍କୁ ଏକାଠି ହେବାକୁ ବନ୍ଦ କରନ୍ତୁ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନାଁରେ ଯିଏ ଦଳକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି, ଆଗାମୀ ଦିନରେ ତାଙ୍କୁ ଜବାବ ଦିଆଯିବ ବୋଲି କହିଛନ୍ତି ଅମରେଶ ଜେନା । ହେଲେ ଏନେଇ ବିଧାୟକ ଅନନ୍ତ ଜେନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।