ଜୁଲାଇ ମାସରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର । ମାର୍ଚ୍ଚ ୧ରୁ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଆରମ୍ଭ

466

କନକ ବ୍ୟୁରୋ : ଦେଶର ଏକ ନମ୍ବର ଧନୀ ବ୍ୟବସାୟୀଙ୍କ ଘରେ ବାହାଘର । ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି । ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଓ ରାଧିକାଙ୍କ ବିବାହ ଖବରକୁ ନେଇ ଜୋରଦାର ଚର୍ଚ୍ଚା । ବାହାଘର ଜୁଲାଇ ୧୨ରେ ହେବାକୁ ସ୍ଥିର ହୋଇଥିବାବେଳେ ମାର୍ଚ୍ଚ ୧ ରୁ ୩ ତାରିଖ ହେବାକୁ ଯାଉଛି ପ୍ରି-ୱେଡିଙ୍ଗ୍ ସେଲିବ୍ରେସନ୍ । ଗୁଜରାଟ ଜାମନଗରରେ ଅନୁଷ୍ଠିତ ହେବ ଏହି ପ୍ରି-ୱେଡିଙ୍ଗ୍ ସେଲିବ୍ରେସନ୍ । ପ୍ରତ୍ୟେକ ଥର ଭଳି ଅମ୍ବାନୀ ପରିବାରର ଏହି କାର୍ଯ୍ୟକ୍ରମ ବେଶ୍ ଗ୍ରାଣ୍ଡ ହେବାକୁ ଯାଉଛି । ଜାମନଗରରେ ହେବାକୁ ଥିବା ଏହି ପ୍ରି-ୱେଡିଙ୍ଗ୍ ସେରିମନିରେ ବହୁ ନାମୀ-ଦାମୀ ହସ୍ତି ଯୋଗଦେବେ । ଏଥିପାଇଁ ପ୍ରତ୍ୟେକ ପ୍ରସ୍ତୁତି ନିଜେ ବୁଝୁଛନ୍ତି ମାଆ ନୀତା ଅମ୍ବାନୀ । ଜାମନଗରରେ ପହଁଚି ଉତ୍ସବର ପ୍ରସ୍ତୁତି ନେଇ ସମୀକ୍ଷା ବି କରିଛନ୍ତି ନୀତା ଅମ୍ବାନୀ । କିଏ କିଏ ଅତିଥି ଆସିବେ, ଖାଇବା ମେନ୍ୟୁରେ କଣ ରହିବ ସବୁ କିଛି ନିଜେ ନୀତା ଅମ୍ବାନୀ ବୁଝୁଛନ୍ତି ।

ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଂଟ୍ ୧୨ ଜୁଲାଇରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି । ଆଉ ବିବାହ ପୂର୍ବରୁ ଅନୁଷ୍ଠିତ ହେବ ପ୍ରି-ୱେଡିଙ୍ଗ୍ ସେଲିବ୍ରେସନ୍ । ଆଉ ଏହି ପ୍ରି-ୱେଡିଙ୍ଗ କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଅତିଥି ଯୋଗ ଦେବେ ବୋଲି ଜଣା ପଡିଛି ।
ଚର୍ଚ୍ଚାରେ ଅମ୍ବାନୀ ଘର ବାହାଘର
– ପ୍ରି-ୱେଡିଙ୍ଗ୍ ଉତ୍ସବରେ ସାମିଲ ହେବେ ବହୁ ନାମୀ ଦାମୀ ହସ୍ତି
– ଜାମନଗରରେ ୩ ଦିନ ଧରି ଚାଲିବ ପ୍ରି-ୱେଡିଙ୍ଗ୍ ଉତ୍ସବ
– ପ୍ରି-ୱେଡିଙ୍ଗ୍ ପାଇଁ ୧୦୦୦ ଅତିଥିଙ୍କୁ ନିମନ୍ତ୍ରଣ
– ବିଦେଶୀ ଅତିଥିଙ୍କ ମଧ୍ୟରେ ବିଲ୍ ଗେଟ୍ସ ଓ ଇଭାଙ୍କା ଟ୍ରମ୍ପଙ୍କ ଭଳି ହସ୍ତି!
– ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜକରବର୍ଗ ବି ହେବେ ସାମିଲ!
– ଅଡୋବ ସିଇଓ ଶାନ୍ତନୁ ନାରାୟଣ, ଡିଜନୀ ସିଇଓ ବବ୍ ଇଗର୍ ମଧ୍ୟ ଯୋଗଦେଇ ପାରନ୍ତି
– କତରର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରେହମାନ୍ ଆମନ୍ତ୍ରିତ ଅତିଥି
– ସ୍ୱିଡେନର ପୂର୍ବ-ପ୍ରଧାନମନ୍ତ୍ରୀ କାର୍ଲ ବିଲଡିଟଙ୍କୁ ମଧ୍ୟ ଆମନ୍ତ୍ରଣ

ବ୍ୟବସାୟୀ ବିରେନ୍ ଓ ଶୀଲା ମର୍ଚାଂଟଙ୍କ ଅଲିଅଳି ଝିଅ ରାଧିକା ମର୍ଚ୍ଚାଂଟ୍ ଅମ୍ବାନୀ ଘରର ସାନ ବୋହୂ ହେବାକୁ ଯାଉଛନ୍ତି । ରାଧିକାଙ୍କ ବାପା ବିରେନ ମର୍ଚ୍ଚାଂଟ୍ ଏନ୍କୋର ହେଲ୍ଥକେୟାରର ସିଇଓ । ତାଙ୍କ ନାମ ଦେଶର ହାତ ଗଣତି ଧନୀ ବ୍ୟବସାୟୀଙ୍କ ମଧ୍ୟରେ ଆସିଥାଏ । ନିଜ ବାପାଙ୍କ କମ୍ପାନୀ ଏନ୍କୋର ହେଲ୍ଥକେୟାର ବୋର୍ଡର ଡାଇରେକ୍ଟର ପଦ ସମ୍ଭାଳୁଛନ୍ତି ରାଧିକା । ଆଉ ବିବାହ ପରେ ରାଧିକାଙ୍କୁ ଅମ୍ବାନୀଙ୍କ ବ୍ୟବସାୟରେ ବି ଅନେକ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି ।