ଅମ୍ବାନୀଙ୍କ ଘରେ ବାଜିବ ସାହାନାଇ । ସାନପୁଅ ଅନନ୍ତଙ୍କ ଅମ୍ବାନୀଙ୍କ ନିର୍ବନ୍ଧ ସମ୍ପନ୍ନ । ରାଧିକା ମର୍ଚାଣ୍ଟଙ୍କ ଧରିବେ ହାତ ।

378

କନକ ବ୍ୟୁରୋ: ମୁକେଶ ଅମ୍ବାନିଙ୍କ ସାନପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଣ୍ଟଙ୍କ ନିର୍ବନ୍ଧ ଶେଷ ହୋଇଛି । ମୁମ୍ବାଇରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ନିର୍ବନ୍ଧ କରାଯାଇଛି । ଗୁଜରାଟୀ ହିନ୍ଦୁ ପରିବାର ରୀତିନୀତି ଅନୁସାରେ ଗୋଲ୍-ଧନା ଓ ଚୁନରୀ ବିଧି ଆୟୋଜିତ ହୋଇଥିଲା । ଉଭୟ ବର କନ୍ୟା ପରସ୍ପରକୁ ମୁଦି ପିନ୍ଧାଇଥିଲେ । ଦୁଇ ପରିବାର ପରସ୍ପରକୁ ଉପହାର ମଧ୍ୟ ଦେଇଥିଲେ । ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅମ୍ବାନି ପରିବାର ସଦସ୍ୟଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ବଲିଉଡର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ ।