ସଫଳତାର ଅନ୍ୟନାମ ଆନନ୍ଦ ସ୍ପୋର୍ଟସ । ଓଡିଶା କ୍ରୀଡା ଜଗତରେ ଖେଳ ଓ ଖେଳାଳିଙ୍କ ପାଇଁ ମହାଦ୍ରୁମ ସାଜିଛି ଆନନ୍ଦ ସ୍ପୋର୍ଟସ ।

40

କନକ ବ୍ୟୁରୋ: ୧୯୮୪ ମସିହାରେ ଆନନ୍ଦ ଅଗ୍ରୱାଲଙ୍କ ଦ୍ୱାରା ପ୍ରତିଷ୍ଠିତ ଆନନ୍ଦ ସ୍ପୋର୍ଟ୍ସ ଆଜି ଓଡିଶା କ୍ରୀଡା ଜଗତରେ ଖେଳ ଓ ଖେଳାଳିଙ୍କ ପାଇଁ ଏକ ମହାଦ୍ରୁମରେ ପରିଣିତ ହେଇସାରିଲାଣି । ଦୀର୍ଘ ୪ ଦଶନ୍ଧିର ଏହି ଯାତ୍ରା ଯେତିକି କଷ୍ଟଦାୟକ ସେତିକି ପ୍ରେରଣାଦାୟୀ ମଧ୍ୟ । ୧୯୮୪ ମସିହାରେ ଗୋଟିଏ ଟେବୁଲ ଚେୟାରରୁ ଆରମ୍ଭ ହେଇତିବା ଏହି ଦୋକାନ ଆଜି ସମଗ୍ର ପୂର୍ବ ଭାରତର ଏକ ନମ୍ବର କ୍ରୀଡା ସାମଗ୍ରୀ ଦୋକାନରେ ନିଜକୁ ପରିଣତ କରିପାରିଛି । ୧୯୮୪ ମସିହାରେ ଧର୍ମପତ୍ନୀ ହେମନ୍ତୀ ଅଗ୍ରୱାଲଙ୍କ ପ୍ରେରଣାରେ ମାତ୍ର ୨୯ ବର୍ଷ ବୟସରେ ଆନନ୍ଦ ଅଗ୍ରୱାଲ କଟକର ବକ୍ସିବଜାରରେ ଆରମ୍ଭ କରିଥିଲେ ଆନନ୍ଦ ସ୍ପୋର୍ଟସ ଦୋକାନ । ପରେ ପରେ ପିତାଙ୍କ ପଥକୁ ଅନୁସରଣ କରି ତାଙ୍କ ଦୁଇ ପୁତ୍ର ୟୋଗେଶ ଓ ସୁରଜ ମଧ୍ୟ ଯଥାକ୍ରମେ ୧୯୯୫ ଓ ୧୯୯୯ ମସିହାରେ ବ୍ୟବସାୟରେ ପାଦ ଥାପିଥିଲେ ।

ପିତା ଆନନ୍ଦଙ୍କ ସତପଥକୁ ଅନୁସରଣ କରି ଖୁବ୍ କମ୍ ଦିନରେ ଉଭୟ ପୁତ୍ର ସଫଳତା ହାସଲ କରିଥିଲେ । ଓଡିଶାର କ୍ରୀଡାବିତମାନେ ଯେଭଳି ହାତ ପାହାନ୍ତାରେ ସମସ୍ତ ପ୍ରକାରର କ୍ରୀଡା ସାମଗ୍ରୀ ସହଜ ଓ ସୁଲଭରେ ମୂଲ୍ୟରେ ପାଇପାରିବେ ଏହାକୁ ଦୃଷ୍ଟିରେ ରଖି ୨୦୦୯ ମସିହାରେ କଟକର ହୃଦୟ ବୋଲାଉଥିବା ବକ୍ସିବଜାରରେ ଉଭୟ ଭାଇ ଓଡିଶାର ପ୍ରଥମ ତିନି ତଳ ବିଶିଷ୍ଟ ଅତ୍ୟାଧୁନିକ ଶୀତତପା ନିୟନ୍ତ୍ରିତ କ୍ରୀଡା ସୋରୁମ ଶୁଭାରମ୍ଭ କରିଥିଲେ । ସମୟ ସହ ତାଳ ଦେଇ ନିଜ ବ୍ୟବସାୟକୁ ମଧ୍ୟ ସେମାନେ ଆଧୁନିକତାର ସ୍ପର୍ଶ ଦେଇଥିଲେ ଏହିକ୍ରମରେ ସେମାନେ ଦେଶର ଅନ୍ୟ ଅନେକ ବଡ ବଡ କ୍ରୀଡା ସାମଗ୍ରୀ ପ୍ରସ୍ତୁତ କରୁଥିବା ସଂସ୍ଥା କମ୍ପାନୀକୁ ନିଜ ସାଥିରେ ସାମିଲ କରାଇପାରିଥିଲେ ।

୨୦୧୬ ମସିହାରେ ୬୦୦ରୁ ଅଧିକ ଡିଲରଙ୍କୁ ନିଜ ସାଥିରେ ଯୋଡିବା ସହ ୧୫ର ଅଦିକ ବଡ ବଡ କ୍ରୀଡା କମ୍ପାନୀର ଡ୍ରିଷ୍ଟିବ୍ୟୁଟର କ୍ଷମତା ହାସଲ କରି ଆନନ୍ଦ ସ୍ପୋର୍ଟସ ସମଗ୍ର ପୂର୍ବ ଭାରତର ସବୁଠାରୁ ବଡ କ୍ରୀଡା ବ୍ୟବସାୟିକ ସଂସ୍ଥା ପାଲଟିଯାଇଥିଲା । ୨୦୨୨ ମସିହାରେ ଏହାର ସ୍ୱର୍ଣ୍ଣିମ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡି ହେଇଥିଲା । ଓଡିଶାରେ ସମସ୍ତଙ୍କ ପ୍ରିୟ ପାଲଟିଥିବା ଆନନ୍ଦ ସ୍ପୋର୍ଟସ ପ୍ରଥମ ଥର ପାଇଁ ରାଜ୍ୟ ବାହାରେ ଝାଡଖଣ୍ଡର ରାଞ୍ଚିରେ ନିଜର ଦ୍ୱିତୀୟ ଆଉଟଲେଟ୍ ଆନନ୍ଦ ଡ୍ରିଷ୍ଟ୍ରିବ୍ୟୁସନ୍ ଖୋଲିଥିଲା ।

ଏହାର ଆଶାତୀତ ସଫଳତା ପରେ ୨୦୨୩ ମସିହାରେ କଟକ କେଶରପୁରରେ ପୂର୍ବ ଭାରତର ସବୁଠାରୁ ବଡ ଓ ଅତ୍ୟାଧୁନିକ ସ୍ପୋର୍ଟସ ମଲ୍ ଆନନ୍ଦ ସ୍ପୋର୍ଟସ ଇନର ନିର୍ମାଣ କରି ରାଜ୍ୟର କ୍ରୀଡାବିତ ଓ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଆଶାର ସଞ୍ଚାର ସୃଷ୍ଟି କରିଛି । ବର୍ତ୍ତମାନ ରାଜ୍ୟ ସରକାର କ୍ରୀଡାକୁ ତୃଣମୂଳ ସ୍ତରରେ ଗୁରୁତ୍ୱ ଦେଉଥିବାବେଳେ, ଓଡିଶାର ଖେଳାଳିମାନଙ୍କ ଉଦ୍ଦେଶ୍ୟରେ ଆନନ୍ଦ ସ୍ପୋର୍ଟସ ଉତ୍ସର୍ଗ କରିଛି ତାର ସର୍ବବୃହତ କ୍ରୀଡା ମଲକୁ ।