ଚଳନ୍ତା ଡାଇନିଂ ଟେବୁଲ ! ଯିଏ ଦେଖିଲା ବୁଲି ବୁଲି ଅନାଇଲା, ଦେଖନ୍ତୁ ଭିଡିଓ

215

କନକ ବ୍ୟୁରୋ : ଏମିତି ଏକ ଗାଡି ଯାହା କେବେ କେହି ପୂର୍ବରୁ ଦେଖିନଥିବେ । ଡାଇନିଂ ଟେବୁଲରେ ତିଆରି ହୋଇଛି ଗାଡି । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା? ଯିଏ ବି ଏହି ଗାଡିକୁ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏପରିକି ଆନନ୍ଦ ମହିନ୍ଦ୍ରା ଏହି ଗାଡିର ଏକ ଭିଡିଓକୁ ତାଙ୍କ ଟ୍ୱିଟର ପେଜରେ ସେୟାର କରିଛନ୍ତି । ଆଉ ଆନନ୍ଦ ମହିନ୍ଦ୍ରା ପୋଷ୍ଟ କରିଥିବା ଭିଡିଓଟି ଲୋକଙ୍କୁ ବେସ୍ ପସନ୍ଦ ଆସିଛି ।


ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ପୋଷ୍ଟ କରିଥିବା ଭିଡିଓରେ ଥିବା ଗାଡିଟି ଡାଇନିଂ ଟେବୁଲ ପରି । ସେଥିରେ ୪ଜଣ ଯୁବକ ବସିଛନ୍ତି । ଟେବୁଲ ଉପରେ ସଜେଇ ହୋଇ ଖାଇବା ପରସାଯାଇଛି, କୋଲ୍ଡ ଡ୍ରିଂକ୍ସ ଥୁଆ ହୋଇଛି । ଆରାମରେ ବସି ଚାରି ସାଙ୍ଗ ଏହାର ମଜା ଉଠାଇବା ସହ ରାସ୍ତାରେ ଆଗକୁ ବଢିଚାଲିଛନ୍ତି । ଏହି ଡାଇନିଂ ଟେବୁଲରେ ଚାରୋଟି ଚକ ଲାଗିଛି । ବସିବା ପାଇଁ ୪ଟି ଷ୍ଟୁଲ ପଡିଛି । ଏହି ନିଆରା ଢଙ୍ଗରେ ତିଆରି ହୋଇଥିବା ଗାଡିକୁ ଯିଏ ଦେଖୁଛି ସିଏ ପୁଣି ଥରେ ବୁଲି ଅନାଉଛି । ତେବେ ଆନନ୍ଦ ମହିନନ୍ଦ୍ରା ପୋଷ୍ଟ କରିଥିବା ଭିଡିଓକୁ ଏବେ ସୁଦ୍ଧା ୧୨ଲକ୍ଷରୁ ଅଧିକ ଥର ଦେଖାଯାଇ ସରିଛି । ୨୭ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି ।