ନଦୀ ଭିତରେ ଏମିତି ପାରିହେଲା ମହିନ୍ଦ୍ରା ଥାର ବୋଲେରୋ, ଟ୍ୱିଟ କରି ଆନନ୍ଦ ମହିନ୍ଦ୍ରା କହିଲେ ଏମିତି କଥା

82

କନକ ବ୍ୟୁରୋ : ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେସ୍ ଆକ୍ଟିଭ ରହିଥାନ୍ତି । ସେ ଅନେକବାର ନିଜ ଟ୍ୱିଟର ହ୍ୟାଣ୍ଡଲରେ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣାର ଭିଡିଓ ସେୟାର କରିଥାନ୍ତି । ଏହି କ୍ରମରେ ଏବେ ସେ ଗୋଟିଏ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ତାଙ୍କ କମ୍ପାନୀ ଦ୍ୱାରା ନିର୍ମିତ ‘ମହିନ୍ଦ୍ରା ଥାର’ ବୋଲେରୋ ନଦୀର ଅଥଳ ଜଳରେ ଯାଉଥିବା ଦେଖିବାକୁ ମିଳଛି । ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ୱିଟକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ଧରଣର ମତ ବି ରଖିଛନ୍ତି ।

କହିରଖୁ କି ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ବୁଧବାର ଦିନ ‘ମହିନ୍ଦ୍ରା ଥାର’ ବୋଲେରୋ ନଦୀ ପାର କରୁଥିବାର ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଏହି ବୋଲେରୋଟି ନଦୀ ମଧ୍ୟକୁ ପ୍ରବେଶ କରୁଛି ପୁଣି ଆରମରେ ନଦୀ ପାର କରି କୂଳରେ ପହଂଚି ଯାଉଛି ।

ଏହି ଭିଡିଓ ଟ୍ୱିଟ୍ କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ ଗୁଜୁରାଟର ଏକ ନଦୀ ମଧ୍ୟରେ ‘ମହିନ୍ଦ୍ରା ଥାର’ ବୋଲେରୋ ପାଣି ମଧ୍ୟରେ ଚାଲୁଥିବାର ଭିଡିଓ ଟ୍ୱିଟ୍ କରିଛି । ଏହାକୁ କେହିଜଣେ ୟୁ ଟ୍ୟୁବରେ ସେୟାର କରିଥିଲେ । ଏବେ ଥାରକୁ ଦେଖିବା ପରେ ମୋତେ ଲାଗୁଛି କି,ମହିନ୍ଦ୍ରା କମ୍ପାନୀ ଆମ୍ଫିବିୟସ ଜାନ ନିର୍ମାଣ କରିବାର ଆବଶ୍ୟକତା ରହିଛି । ଅର୍ଥାତ କମ୍ପାନୀ ତରଫରୁ ଏମିତି ଏକ ଗାଡି ପ୍ରସ୍ତୁତ କରାଯିବା ଦରକାର ଯାହା ଜଳ ଓ ସ୍ଥଳ ଉଭୟରେ ଚାଲିପାରୁଥିବ ।

ଆପଣଙ୍କୁ କହିରଖୁ କି,ମହିନ୍ଦ୍ରା ଥାର ବୋଲେରୋ ନଦୀ ପାର କରୁଥିବାର ଭିଡିଓ ଟ୍ୱିଟରେ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଏହାସହ ଫେସବୁକରେ ଏହାର ଦର୍ଶକଙ୍କ ସଂଖ୍ୟା ୯.୪ ମିଲିୟନରୁ ଅଧିକ ରହିଛି ।