କୋଟି କୋଟି ଟଙ୍କାର ଫରାରୀ କାରରେ ସୁନା ଚଢାଇଲେ ଯୁବକ । ଟ୍ୱିଟ୍ କରି କିଛି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା ।

282

କନକ ବ୍ୟୁରୋ : ରାସ୍ତାରେ ଆପଣ ଅନେକ କାର୍ ଦେଖିଥିବେ । ଏପରିକି ଅନେକ ଦାମୀ ଦାମୀ ଗାଡି ମଧ୍ୟ ଦେଖିବାକୁ ମିଳେ । କିନ୍ତୁ କେବେ ଆପଣ ସୁନାର କାର୍ ଦେଖିଛନ୍ତି କି ? ଏହା ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ । କାରଣ ସୁନାର ଦର ଯେଉଁଭଳି ଭାବେ ବଢି ବଢି ଚାଲିଛି, ସେଥିରେ ସୁନା କିଣିବାକୁ ହେଲେ ଲୋକେ, ଶହେ ଥର ଭାବୁଛନ୍ତି । ଆଉ ଏପରି ସ୍ଥଳେ ସୁନାର କାର ବି କେହି କିଣିପାରିବ, ତାହା କେହି କେବେ ଚିନ୍ତା ବି କରିପାରିବେ ନାହିଁ ।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା, ଏହି ଭିଡିଓକୁ ସେୟାର କରିଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ୍ର ମହିନ୍ଦ୍ରା । ଭିଡିଓରେ ଏକ ଫରାରୀ କାର ଦେଖିବାକୁ ମିଳିଛି । ପିଓର ଗୋଲ୍ଡରେ ଏହି କାରଟି ଆଚ୍ଛାଦିତ ହୋଇଛି । ଆଉ ଏହି କାରଟି ହେଉଛି ଆମେରିକାରେ ରହୁଥିବା ଜଣେ ଭାରତୀୟଙ୍କର ।

ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ସେୟାର କରିବା ସହ ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ ଜାଣିନି ଏହି ଭିଡିଓଟି ସୋସିଆଲ୍ ମିଡିଆରେ କାହିଁକି ଭାଇରାଲ ହେଉଛି । ଧନୀ ଲୋକମାନେ ନିଜ ଟଙ୍କାକୁ ଏହିପରି ଭାବେ ଖର୍ଚ୍ଚ କରିବା ଠିକ୍ ନୁହେଁ । ଏଥିପାଇଁ ସେମାନେ ପଶ୍ଚାତାପ କରିବା ଦରକାର’ ।

ତେବେ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ବେଳେ, ଆନନ୍ଦ୍ର ମହିନ୍ଦ୍ରାଙ୍କ ଟ୍ୱିଟରେ ଅନେକ ଲୋକ ପ୍ରତିକ୍ରିୟା ରଖିଛନ୍ତି । ଆଉ ଏପରି ଅପଖର୍ଚ୍ଚକୁ ଅନେକ ଲୋକ ନିନ୍ଦା ମଧ୍ୟ କରିଛନ୍ତି । ଫରାରୀ ଭଳି ଦାମୀ କାର ଦେଖିବାକୁ ଅତ୍ୟନ୍ତ ମନଲୋଭା । ସେଭଳି କାରକୁ ସୁନାରେ ଆଚ୍ଛାଦିତ କରିବାକୁ ଅନେକ ଲୋକ ନାପସନ୍ଦ କରିଛନ୍ତି ।