ସୋସିଆଲ୍ ମିଡିଆରେ କୁନି ଦିବ୍ୟାଙ୍ଗ ପିଲାର ଭାବନାତ୍ମକ ଭିଡିଓ ପୋଷ୍ଟ୍ କଲେ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ! କହିଲେ , ଆଖିର ଲୁହକୁ ରୋକିପାରୁନାହିଁ 

185

ଦେଶର ପ୍ରତିଭାଶାଳୀ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି । ନିଜର  ଭଳିଭଳିକା ଟ୍ୱିଟ୍ ଜରିଆରେ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ସେ ଏଭଳି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହାକୁ ଦେଖିଲେ ପଥର ମଧ୍ୟ ତରଳିଯିବ । ମହିନ୍ଦ୍ରା ଏକ କୁନି ଦିବ୍ୟାଙ୍ଗ ପିଲାର ଭିଡିଓ ସେୟାର୍ କରିଛନ୍ତି ଏବଂ ଲେଖିଛନ୍ତି ସେ ଏହି ଭିଡିଓକୁ ଦେଖିବା ପରେ ସେ ନିଜ କାନ୍ଦକୁ ରୋକି ପାରିନଥିଲେ । ନିକଟରେ ସେ ନିଜ ନାତିକୁ ଦେଖିଛନ୍ତି ଏବଂ ଏହି ଭିଡିଓଟି ଦେଖିବା ପରେ ତାଙ୍କ ଆଖିରୁ ଅନବରତ ଲୁହ ବୋହିଥିଲା ।

ଅପୂର୍ଣ୍ଣତା ଏବଂ ଆହ୍ୱାନର ଯୁଗଳବନ୍ଦୀ ଜୀବନ ଏକ ଉପହାର ସଦୃଶ । ଏହାକୁ ଯେ ସଫଳତା ମନ୍ତ୍ର ଭାବିଲା ତା’ ପାଇଁ ଜୀବନର କଠିନରୁ କଠିନ ମୋଡ ବି ସହଜ ଭଳି ଲାଗିବ । ଏହି ଭିଡିଓକୁ ଦେଖିଲା ପରେ ମହିନ୍ଦ୍ରାଙ୍କ ଲେଖନୀ ମୁନରୁ କିଛି ଏଭଳି ଭାବନାତ୍ମକ ଶବ୍ଦ ବାହାରି ଆସିଛି । ତେବେ ମହିନ୍ଦ୍ରାଙ୍କ ଏହି ଭିଡିଓକୁ ରିଟ୍ୱିଟ୍ କରି କିଛି ୟୁଜର୍ ଏଭଳି ଅନେକ ଭିଡିଓ ସେୟାର୍ କରିଛନ୍ତିି ।