ଦେଶର ପ୍ରତିଭାଶାଳୀ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି । ନିଜର ଭଳିଭଳିକା ଟ୍ୱିଟ୍ ଜରିଆରେ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ସେ ଏଭଳି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହାକୁ ଦେଖିଲେ ପଥର ମଧ୍ୟ ତରଳିଯିବ । ମହିନ୍ଦ୍ରା ଏକ କୁନି ଦିବ୍ୟାଙ୍ଗ ପିଲାର ଭିଡିଓ ସେୟାର୍ କରିଛନ୍ତି ଏବଂ ଲେଖିଛନ୍ତି ସେ ଏହି ଭିଡିଓକୁ ଦେଖିବା ପରେ ସେ ନିଜ କାନ୍ଦକୁ ରୋକି ପାରିନଥିଲେ । ନିକଟରେ ସେ ନିଜ ନାତିକୁ ଦେଖିଛନ୍ତି ଏବଂ ଏହି ଭିଡିଓଟି ଦେଖିବା ପରେ ତାଙ୍କ ଆଖିରୁ ଅନବରତ ଲୁହ ବୋହିଥିଲା ।
Been seeing my grandson recently, which is why I couldn’t restrain the tears when I saw this whatsapp post. Life, whatever its imperfections & challenges, is a gift; it’s up to us to make the most of it. Images like this help me retain my unfailing optimism pic.twitter.com/AXRYAqsuG0
— anand mahindra (@anandmahindra) September 21, 2019
ଅପୂର୍ଣ୍ଣତା ଏବଂ ଆହ୍ୱାନର ଯୁଗଳବନ୍ଦୀ ଜୀବନ ଏକ ଉପହାର ସଦୃଶ । ଏହାକୁ ଯେ ସଫଳତା ମନ୍ତ୍ର ଭାବିଲା ତା’ ପାଇଁ ଜୀବନର କଠିନରୁ କଠିନ ମୋଡ ବି ସହଜ ଭଳି ଲାଗିବ । ଏହି ଭିଡିଓକୁ ଦେଖିଲା ପରେ ମହିନ୍ଦ୍ରାଙ୍କ ଲେଖନୀ ମୁନରୁ କିଛି ଏଭଳି ଭାବନାତ୍ମକ ଶବ୍ଦ ବାହାରି ଆସିଛି । ତେବେ ମହିନ୍ଦ୍ରାଙ୍କ ଏହି ଭିଡିଓକୁ ରିଟ୍ୱିଟ୍ କରି କିଛି ୟୁଜର୍ ଏଭଳି ଅନେକ ଭିଡିଓ ସେୟାର୍ କରିଛନ୍ତିି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/anand-mahindra-shares-video-of-differently-abled-kid800-1569140573.jpg)