ଦେଶର ଜଣାଶୁଣା ଧନୀ ଆନନ୍ଦ ମହିନ୍ଦ୍ରାଙ୍କୁ ଚିଠି ଲେଖିଲେ ୧୧ ବର୍ଷର ଝିଅ । କାର ହର୍ଣ୍ଣରେ ପରିବର୍ତ୍ତନ ଆଣିବାକୁ ଦେଲେ ପରାମର୍ଶ । 

ଦେଶର ଜଣାଶୁଣା ବ୍ୟବସାୟୀ ତଥା ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଅନେକ ସମୟରେ ନିଜର ଫଲୋଓ୍ଵର୍ସଙ୍କ ପ୍ରଶ୍ନର ଉତ୍ତର ରଖିଥାନ୍ତି ।

385
ଦେଶର ଜଣାଶୁଣା ବ୍ୟବସାୟୀ ତଥା ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଅନେକ ସମୟରେ ନିଜର ଫଲୋଓ୍ଵର୍ସଙ୍କ ପ୍ରଶ୍ନର ଉତ୍ତର ରଖିଥାନ୍ତି । ଏ ମଧ୍ୟରେ ଜଣେ ୧୧ବର୍ଷୀୟ ବାଳିକା ତାଙ୍କୁ ଚିଠି ଲେଖି ଯେଉଁ ପରାମର୍ଶ ଦେଇଥିଲେ, ତାକୁ ସେୟାର କରିବାକୁ ନିଜକୁ ରୋକି ପାରି ନ ଥିଲେ ଆନନ୍ଦ ମହିନ୍ଦ୍ରା । ଟ୍ରାଫିକରେ ବିନା କାରଣରେ ହର୍ଣ୍ଣ ବଜାଉଥିବା ଲୋକମାନଙ୍କୁ ରୋକିବା ପାଇଁ ୧୧ବର୍ଷୀୟ ବାଳିକା କିଛି ଏଭଳି ପରାମର୍ଶ ଦେଇଥିଲେ, ଯାହାଦ୍ୱାରା ଆନନ୍ଦ ମହିନ୍ଦ୍ରା ଖୁବ୍ ପ୍ରଭାବିତ ହୋଇଥିବା ଟୁଇଟ୍ କରି ଜଣାଇଛନ୍ତି ।
୧୧ବର୍ଷୀୟ ବାଳିକାର ଚିଠିର ଫଟୋ ସେୟାର କରି, କାମ କରି ଥକିଯିବା ପରେ ଯଦି ଆପଣ କିଛି ଏଭଳି ମେସେଜ ଦେଖିବାକୁ ପାଆନ୍ତି, ତେବେ ସବୁ ଥକାପଣ ପୂରା ହୋଇ ଯାଇଥାଏ । ମୁଁ ଜାଣିଛି କି ମୁଁ ଏଭଳି ଲୋକମାନଙ୍କ ପାଇଁ କାମ କରୁଛି । ଯିଏ ଏକ ଭଲ ଏବଂ ଶାନ୍ତିପୂର୍ଣ୍ଣ ଦୁନିଆରେ ରହିବାକୁ ପସନ୍ଦ କରନ୍ତି ବୋଲି ଲେଖିଥିଲେ ଆନନ୍ଦ ମହିନ୍ଦ୍ରା ।

ଆନନ୍ଦ ମହିନ୍ଦ୍ରା ସେୟାର କରାଯାଇଥିବା ଚିଠିରେ, ମୋ ନାଁ ମାହିକା ମିଶ୍ରା । ମୋତେ ୧୧ବର୍ଷ ଏବଂ ମୁଁ ଗ୍ରେଡ୍ ୭ରେ ପଢ଼ୁଛି । ମୋତେ କାର୍ ଏବଂ ବାଇକ୍ ଖୁବ୍ ପସନ୍ଦ ଏବଂ ମୁଁ ଲଙ୍ଗ୍ ଡ୍ରାଇଭରେ ଯିବା ପାଇଁ ମଧ୍ୟ ପସନ୍ଦ କରେ । କିନ୍ତୁ ରାସ୍ତାରେ କିଛି ଲୋକ କୌଣସି କାରଣ ନଥାଇ ହର୍ଣ୍ଣ ବଜାଇଥାନ୍ତି । ଏହାକୁ ଆଖି ଆଗରେ ରଖି ମୁଁ କିଛି କହିବାକୁ ଚାହୁଁଛି । ଯଦି ଆପଣ କାରରେ ୧୦ମିନିଟରେ କେବଳ ୫ଥର ହର୍ଣ୍ଣ ବଜାଇବାର ସୁବିଧା ସହ ହର୍ଣ୍ଣଟି କେବଳ ୩ସେକେଣ୍ଡ ପର‌୍ୟ୍ୟନ୍ତ ବାଜୁଥିବାର ସୁବିଧା କରିବେ, ତେବେ ଅନେକଙ୍କୁ ଏହାର ଲାଭ ମିଳି ପାରିବ । ଏହା ଦ୍ୱାରା ଗାଡ଼ିରୁ ଉପୁଜୁଥିବା ଶବ୍ଦ କମ ହେବା ସହ ରାସ୍ତା ଶାନ୍ତ ରହିବ । ମୁଁ ଅନୁରୋଧ କରୁଛି କି, ମୋର ଏହି ପରାମର୍ଶକୁ ଆପଣ ଦୟାକରି ନିଜ କାରରେ କାର‌୍ୟ୍ୟକାରୀ କରନ୍ତୁ । ଏପରି କଲେ ମୁଁ ଆପଣଙ୍କର ଚିର ଋଣି ରହିବି ବୋଲି ଚିଠିରେ ଲେଖାଯାଇଥିଲା ।