ବ୍ୟବସାୟ ଟାଇକୁନ୍ ଆନନ୍ଦ ମହିନ୍ଦ୍ରା ମଧ୍ୟ ଶୀତଲ୍ ଦେବୀଙ୍କ ପ୍ରତିଭାରେ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି । ସେ X(ଟ୍ଵିଟର) ରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ଶୀତଲ ଦେବୀ ଜଣେ ପ୍ରକୃତ ଯୋଦ୍ଧା। ସେ ଶିତଲ ଦେବୀଙ୍କୁ ଏକ କଷ୍ଟୋମାଇଜ୍ କାର୍ ଉପହାର ଦେବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ।

Advertisment

ପାରା ଏସିଆନ୍ ଗେମ୍ସ: ୧୬ ବର୍ଷ ବୟସ୍କା ଶିତଲ ଦେବୀ ବିଶ୍ୱକୁ ଦେଖାଇଦେଲେ ଯେ ବାଧା କେବଳ ଏକ ଭ୍ରମ । ଇଚ୍ଛାଶକ୍ତି ଆଗରେ ସବୁକିଛି ସମ୍ଭବ ।  ବିନା ହାତରେ, ସେ ନିକଟରେ ଏସିଆନ୍ ପାରା ଗେମ୍ସ-2023 ରେ ଅନେକ ପଦକ ଜିତିଛନ୍ତି ।  ତାଙ୍କର ଏହି ବିଜୟ ସମଗ୍ର ଦେଶକୁ ପ୍ରେରଣା ଦେଇଛି ।

ବ୍ୟବସାୟ ଟାଇକୁନ୍ ଆନନ୍ଦ ମହିନ୍ଦ୍ରା ମଧ୍ୟ ଶୀତଲ୍ ଦେବୀଙ୍କ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ସେ  ‘X’ ରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଶୀତଲ ଦେବୀ ଜଣେ ପ୍ରକୃତ ଯୋଦ୍ଧା । ସେ ଶିତଲ ଦେବୀଙ୍କୁ ଏକ କଷ୍ଟୋମାଇଜ୍ କାର୍ ଉପହାର ଦେବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଶୀତଲ୍ ଦେବୀଙ୍କ କାହାଣୀ ହେଉଛି ଏମିତି ଏକ କାହାଣୀ ଯାହା ଆମକୁ କହୁଛି ଯେ ଯଦି ଆମେ ଦୃଢନିଶ୍ଚିତ ହୋଇଥାଉ ତେବେ କିଛି ବି ହାସଲ କରିବା ସମ୍ଭବ ଅଟେ । ସେ ଆମ ପାଇଁ ଏକ ପ୍ରେରଣା, ଏବଂ ଆମେ ତାଙ୍କ ପାଇଁ ବହୁତ ଗର୍ବିତ ଅନୁଭବ କରୁଛୁ । ଆନନ୍ଦ ମହିନ୍ଦ୍ରା ‘X’ ରେ ଏପରି କଥା ଲେଖିଛନ୍ତି ।

ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଶୀତଲ ଦେବୀଙ୍କ ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି । ସେ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, “ମୁଁ ମୋ ଜୀବନରେ ଛୋଟ ସମସ୍ୟା ବିଷୟରେ କେବେବି ଅଭିଯୋଗ କରିବି ନାହିଁ। ଶୀତଲ ଦେବୀ ତୁମେ ଆମ ସମସ୍ତଙ୍କ ପାଇଁ ଜଣେ ଶିକ୍ଷକ । ଆପଣ ଦୟାକରି ଆମ କମ୍ପାନୀର ଯେ କୌଣସି ଏକ କାର ପସନ୍ଦ କରନ୍ତୁ ଏବଂ ଆମେ ଆପଣଙ୍କୁ ପୁରସ୍କାର ଦେବୁ ଏବଂ ଏହାକୁ ଆପଣଙ୍କ ବ୍ୟବହାର ଉପଯୋଗୀ ପାଇଁ କଷ୍ଟୋମାଇଜ୍ କରିକି ଦେବୁ ।  ”