କନକ ବ୍ୟୁରୋ : ଆନନ୍ଦପୁର ଅଚଳର ମୁଖ୍ୟ ସମସ୍ୟା ରାସ୍ତା ଜାମ୍ ଏବଂ ଦୁଇଟି ପୋଲର ବିପଦ ଅବସ୍ଥା। ଆନନ୍ଦପୁର ପୋଲ ଏବଂ ବେଲ ବାହାଳୀ ପୋଲ । ବେଲବାହାଳି ସେତୁରେ ପାଇଁ ରାସ୍ତା ହେଉଛି ଜାମ୍।ଫଳରେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାଧାରଣ ଲୋକଙ୍କ । ଦୀର୍ଘ ଦିନ ଧରି ଏପରି ସମସ୍ୟା ଲାଗି ରହିଥିଲେ ସୁଦ୍ଧା ପ୍ରଶାସନର ନିଦ ଭାଙ୍ଗୁ ନଥିବା ବେଳେ କେତେ ଜନ ଆନ୍ଦୋଳନ ହୋଇଛି । ସମସ୍ୟାର ସମାଧାନ ପାଇଁ ନୂତନ ଉପଜିଲ୍ଲାପାଳ ନେଛନ୍ତି ପଦକ୍ଷେପ। ଦେଖିବା ଏକ ରିପୋର୍ଟ  ।

Advertisment

କେନ୍ଦୁଝର ଜିଲ୍ଲା ଘସିପୁରା ନିକଟ ୨୦ନମ୍ବର ଜାତୀୟ ରାଜପଥର ବେଲବାହାଳି ପୋଲ । ଦିନରାତି ପୋଲର ଉଭୟ ପାର୍ଶ୍ବରେ ୫ କିଲୋମିଟର ଦୂର ଯାଏ ଭାରିଯାନ ଠିଆ ହୋଇ ରହୁଛି । ଫଳରେ ଲୋକଙ୍କର ଘରୁ ବାହାରିବା ମୁସ୍କିଲ୍ ହୋଇ ପଡୁଛି। ପୋଲର ଗୋଟିଏ ପଟେ କଟକ ଯିବାକୁ ଲୋକ ହଇରାଣ ହେଉଥିବା ବେଳେ ଅନ୍ୟପଟେ ଘସିପୁରରୁ କେନ୍ଦୁଝର ଯିବାକୁ ନାକେଦମ ହେବାକୁ ପଡୁଛି । ତେଣୁ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଛି ସ୍ଥାନୀୟ ମାଆ ଧନେଇ ସେବା ସଂଘ ।

ଲୋକମାନଙ୍କର ଦୁଖ ଦୁଇଗୁଣିତ କରିଛି । କିନ୍ତୁ ନୂତନ ଭାବେ ଯୋଗ ଦେଇଥିବା ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ ସମସ୍ୟାର ସମାଧାନ ପାଇଁ ଶିଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଆନନ୍ଦପୁର ଉପଖଣ୍ଡର ଲୋକଙ୍କ ପାଇଁ ଦୁଃଖ ପାଲଟି ଥିବା ପୋଲ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି।