ଧିରେଧିରେ ସୁଧୁରିଛି ସ୍ଥିତି । ‘ଫୋନି’ ପ୍ରଭାବିତ ୫ ଜିଲ୍ଲାରେ ଏଟିଏମ୍ ମେସିନକୁ କାର୍ଯ୍ୟକ୍ଷମ କରାଇବାକୁ ଗୁରୁତ୍ୱ, ଟଙ୍କା ଉଠାଣ ପାଇଁ ବୁଲୁଛି ଏଟିଏମ୍ ଭ୍ୟାନ୍ ।

142

କନକ ବ୍ୟୁରୋ: ପାଞ୍ଚ ଜିଲ୍ଲାରେ ଏଟିମ୍ ମେସିନ୍ ଚଳାଚଳ ସ୍ୱାଭାବିକ । ବାତ୍ୟା ‘ଫୋନି’ ପରେ ଅଚଳ ହୋଇଯାଇଥିବା ୫ ଜିଲ୍ଲା ଯଥା, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜଗତସିଂହପୁର ଓ ଗଞ୍ଜାମ ଭଳି ଜିଲ୍ଲାମାନଙ୍କରେ ଥିବା ଏଟିମ ମେସିନ୍ କୁ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯାଇଛି ବୋଲି ସୂଚନା ମିଳିଛି । ବାତ୍ୟା ‘ଫୋନି’ ପ୍ରଭାବିତ ହୋଇଥିବା ଏହି ପ୍ରମୁଖ ଜିଲ୍ଲା ଗୁଡ଼ିକରେ ମୋଟ୍ ୬ ହଜାର ୫୪୦ଟି ଏଟିମ୍ ମେସିନ୍ ମଧ୍ୟରୁ ମେ’ ୩ ତାରିଖରେ ୩ ହଜାର ୯୧୦ଟି ଏଟିଏମ ମେସିନ୍ ଅଚଳ ହୋଇପଡ଼ିଥିବା ଘଟଣା ସାମ୍ନାକୁ ଆସିଥଲା ।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ସ୍ଥିତି ସୁଧଧୁରିବାରେ ଲାଗିଛି । ଆଉ ପାଖାପାଖି ଅଧାରୁ ଅଧିକ ଏଟିଏମ ମେସିନ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିଥିବା ରାଜ୍ୟ ଏଏଲବିସି ଶାଖା ତରଫରୁ ସୂଚନା ଦିଆଯାଇଛି । ଅନ୍ୟପଟେ ରାଜ୍ୟ ଏସଏଲବିସି ଆବାହକଙ୍କ କହିବା ମୁତାବକ, ଗତାକାଲି ଠାରୁ ରାଜ୍ୟର ସମସ୍ତ ବ୍ୟାଙ୍କ ଓ ଏଟିଏମ୍ ମେସିନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଅବଗତ କରାଯାିଛି । ଯେଉଁଠାରେ ବିଦ୍ୟୁତ୍ ସମସ୍ୟା ରହିଛି ସେଠାରେ ତୁରନ୍ତ ସମସ୍ୟାର ସମାଧାନ କରି ବ୍ୟାଙ୍କ ଶାଖାକୁ କାର୍ଯ୍ୟକ୍ଷମ କରାଇବାକୁ ନିର୍ଦ୍ଦେଶ ।

ସେହିଭଳି ବିଭିନ୍ନ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡ଼ିକରେ ଏଟିଏମ୍ ଭ୍ୟାନକୁ ବୁଲାଇବା ପାଇଁ ଏସଏଲବିସି ତରଫରୁ ନିର୍ଦ୍ଦେଶ ରହିଛି । ଯାହାଦ୍ୱାରା ଗାଁ ଗହଳିରେ ମଧ୍ୟ ଲୋକମାନେ ଟଙ୍କା ଉଠାଣ କରିପାରିବା ସହ ନିଜର ମୌଳିକ ସୁବିଧାକୁ ପୂରଣ କରିପାରିବେ ବୋଲି କହିଛନ୍ତି ଏଏଏଲବିସି ଆବାହକ ।