କନକ ବ୍ୟୁରୋ: ନନ୍ଦନକାନନକୁ ଆସିଥିବା ୮ଟି ଆନାକୋଣ୍ଡା ସାପ ମଧ୍ୟରୁ ଗୋଟିଏ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ତେବେ ଏହି ଆନାକୋଣ୍ଡାର କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ନନ୍ଦନକାନନ କର୍ତୃପକ୍ଷଙ୍କ ଆନାକୋଣ୍ଡାର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି । ଗତ ମାସରେ ମାଡ୍ରାସର କ୍ରୋକୋଡାଇଲ ବ୍ୟାଙ୍କରୁ ଆସିଥିଲା ୮ଟି ଆନାକୋଣ୍ଡା । ଏହି ୮ଟି ଆନାକୋଣ୍ଡାରୁ ଗୋଟିକର ମୃତ୍ୟୁ ହୋଇଛି । ବାକି ୭ଟି ଆନାକୋଣ୍ଡା ଏବେ ନନ୍ଦନକାନନରେ ଅଛନ୍ତି ।
ଚେନ୍ନାଇସ୍ଥିତ କ୍ରୋକଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ନନ୍ଦନକାନନ ଅଣାଯାଇଥିବା ହଳଦିଆ ଆନାକୋଣ୍ଡାର ଗତକାଲି ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ମୃତ ଆନାକୋଣ୍ଡାର ବୟସ ୨ ବର୍ଷ ହେବ। ମୃତ୍ୟୁର କାରଣ ଏଯାଏ ଜଣା ପଡ଼ିନାହିଁ। ତେବେ ଆଜି ଶବ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ ଉପ ନିର୍ଦେଶକ ଜୟନ୍ତ ଦାସ କହିଛନ୍ତି।
ଗତ ମାସ ୨୨ ତାରିଖରେ ପ୍ରଥମ କରି କ୍ରୋକଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ୮ଟି ହଳଦିଆ ଆନାକୋଣ୍ତାଙ୍କୁ ନନ୍ଦନକାନନ ଅଣାଯାଇଥିଲା। ଗୋଟିକର ମୃତ୍ୟୁ ପରେ ଆଉ ୭ଟି ରହିଛନ୍ତି। ଆନାକୋଣ୍ଡାଟି ୪୫ ନମ୍ବର ଖୁଆଡ଼ରେ ଅନ୍ୟ ୭ ସାଥୀଙ୍କ ସହ ରହୁଥିଲା। ଲଗାତର ୪ଟି କମ୍ ବୟସ୍କ ହାତୀଙ୍କର ହର୍ପେସ ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହେବାର ମାସକ ପରେ ଆଜି ହଳଦିଆ ଆନାକୋଣ୍ତାର ମୃତ୍ୟୁ ନେଇ ନନ୍ଦନକାନନ କର୍ତୃପକ୍ଷଙ୍କ ମନରେ ଛନକା ପଶିଛି। କାରଣ ଖୋଜି ଅଘଟଣ ଏଡ଼ାଇବାକୁ କର୍ତୃପକ୍ଷ ସଜାଗ ହୋଇଛନ୍ତି।
ଆନାକୋଣ୍ଡାର ବାସସ୍ଥଳୀ ସନ୍ତସନ୍ତିଆ ଅଞ୍ଚଳ। ଶରୀରର ଲମ୍ବା ସଢ଼େ ୩ରୁ ସାଢେ ୪ ମିଟର ମଧ୍ୟରେ। ଓଜନ ୩୦ କେଜି ମଧ୍ୟରେ ହୋଇଥାଏ। ଏପ୍ରିଲରୁ ମେ ମାସ ମଧ୍ୟରେ ପ୍ରଜନନ କରିଥାନ୍ତି। ଏମାନଙ୍କ ପରମାୟୁ ୨୦ ବର୍ଷ ମଧ୍ୟରେ। ଅନ୍ୟପକ୍ଷରେ ଅନାକୋଣ୍ତାର ମୃତ୍ୟୁ ବେଳେ ଆଶ୍ବସ୍ତି ଆଣିଛି ୩୬ ନମ୍ବର ‘କ’ ଖୁଆଡ଼ରେ ଜନ୍ମଲାଭ କରିଥିବା ମଣିପୁରୀ ହରିଣ ଛୁଆ। ଉଭୟ ନବଜାତ ଓ ମା’ ସୁସ୍ଥ ଅଛନ୍ତି। ଛୁଆଟିର ଲିଙ୍ଗ ଚିହ୍ନଟ ହୋଇପାରି ନାହିଁ। ଏବେ ମଣିପୁରୀ ହରିଣ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ୭ମାଈ, ୪ ପୁରୁଷ ଓ ୨ ଲିଙ୍ଗ ଚିହ୍ନଟ ହୋଇନଥିବା ଛୁଆ ଅଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/ANACONDA.jpg)