କନକ ବ୍ୟୁରୋ : ମେଡିକାଲରୁ ୪ ଦିନର ଶିଶୁ ପୁତ୍ର ଗାଏବ । ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରୁ ୪ ଦିନ ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଶାକର୍ମୀ ଡ୍ରେସ ପିନ୍ଧି ଜଣେ ମହିଳା ବେଡରୁ ଶିଶୁକୁ ଚୋରି କରିନେଇଥିବା ଶିଶୁର ମାଆ କହିଛନ୍ତି । ପରିବାର ପକ୍ଷରୁ ଏନେଇ ପାଟଣାଗଡ ଥାନାରେ ଅଭିଯୋଗ ପରେ ପୁଲିସ ଛାନଭିନ କରିଛି । ଶିଶୁକୁ କିଏ ଚୋରି କଲେ ସେ ପୁଲିସ ତଦନ୍ତ ଚଳାଇଥିବା ବେଳେ ଜଣେ ଅଜଣା ମହିଳା ହସ୍ପିଟାଲରେ ପଶି ୪ ଦିନର ଶିଶୁ ପୁତ୍ରକୁ ଚୋରି କରିବା ଉପରେ ପ୍ରଶ୍ନ ଉଠିଛି ।
ସୂଚନାଯୋଗ୍ୟ, ପାଟଣାଗଡ ହସପିଟାଲରେ ଜଣେ ମହିଳା ୪ ଦିନ ପୂର୍ବେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଉଭୟ ମାଆ ଓ ଶିଶୁକୁ ହସପିଟାଲ କ୍ୟାବିନରେ ରଖାଯାଇଥିଲା । ସେତେବେଳେ ଆଶାକର୍ମୀ ବେଶରେ ଜଣେ ମହିଳା ଆସି ମାଆକୁ ଭୁତେଇ ଶିଶୁକୁ ନେଇଯାଇଥିଲା । ଚୋରି କରିଥିବା ମହିଳା ଜଣକ ପୂର୍ବରୁ ଯୋଜନା କରି ଆସିଥିଲେ ଓ ସୁବିଧା ଦେଖି ଶିଶୁକୁ ଧରି ସ୍କୁଟିରେ ଚମ୍ପଟ ମାରିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/CHUA-CHORI.jpg)