ଅନୁଗୁଳ କଲେକ୍ଟର ଅଫିସ ସାମ୍ନାରେ ଅଭାବନୀୟ ଦୃଶ୍ୟ : ଦେହରେ କିରୋସିନି ଢାଳି ଆତ୍ମହୂତି ଉଦ୍ୟମ; ବାପ-ପୁଅଙ୍କୁ କାବୁ କଲା ପୁଲିସ୍

142

କନକ ବ୍ୟୁରୋ : ଅନୁଗୁଳ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପ, ପୁଅଙ୍କ ଆତ୍ମହୂତି ଉଦ୍ୟମ । ତାଳଚେର ସୁଲୁଡା ଗାଁର ସୁରେଶ ବେହେରାଙ୍କ ଜମି ଏମସିଏଲରେ ଯାଇଥିବା ବେଳ ତାଙ୍କ ପରିବାରର କାହାକୁ ଆଜି ଯାଏଁ ଚାକିରି ମିଳିନାହିଁ । ବାରମ୍ବାର ଏମସିଏଲ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ଶେଷରେ ଆଜି ସୁରେଶ ବେହେରା ଓ ତାଙ୍କ ପୁଅ ଅଜୟ ବେହେରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ କାବୁ କରିଛି । ପରେ ଅନୁଗୁଳ ଜିଲ୍ଲାପାଳ ସେମାନଙ୍କ ସହ ଆଲୋଚନା କରି ତାଳଚେର ଉପଜିଲ୍ଲାପାଳଙ୍କୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।