ମାଲକାନଗିରିରେ ଅଭାବନୀୟ ଘଟଣା : ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଶିଶୁ ମୃତ; ଜଙ୍ଗଲ କନ୍ଧା କିମ୍ବା ଚେର ଖାଇଥିବା ଅନୁମାନ

103

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଅଭାବନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ । ମୃତଙ୍କ ମଧ୍ୟରେ ୨ଭଉଣୀ ଓ ଜଣେ ଭାଇ ଅଛନ୍ତି । ମୃତକ ୩ଜଣ ହେଲେ ୧୩ବର୍ଷର ସୁକାନ୍ତି ପାଢ଼ୀ, ୧୨ ବର୍ଷର ସୀତାରାମ ମାଢ଼ୀ ଓ ୮ ବର୍ଷର ଅଞ୍ଜଳୀ ମାଢ଼ୀ । ସେପଟେ ଏହି ଘଟଣାରେ ମା ଆଉ ଜଣେ ୨ବର୍ଷର ଭଉଣୀ ଗୁରୁତର ଅଛନ୍ତି ।

ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଙ୍ଗଲୀ କନ୍ଦା କିମ୍ବା ଚେର ଖାଇ ଏମାନଙ୍କ ଜୀବନ ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସେପଟେ ଘଟଣାର ଅଧିକ ତଥ୍ୟ ସଂଗ୍ରହ ପାଇଁ ଗାଁରେ ପହଂଚିଛନ୍ତି ଡାକ୍ତର ଟିମ୍ । ବିଷାକ୍ତ ଖାଦ୍ୟ ଯୋଗୁ ଝାଡ଼ା ବାନ୍ତି ହେବା ସହ ମୃତ୍ୟୁ ଘଟିଥିବା ଡାକ୍ତରୀ ଟିମ୍ ଅନୁମାନ କରୁଛନ୍ତି ।