କନକ ବ୍ୟୁରୋ: କରୋନା ସମୟରେ ଜଣେ ଶ୍ରମିକଙ୍କୁ ସହାୟତା କରି ଗୁଜାରାଟର ଜଣେ ଫ୍ୟାକ୍ଟ୍ରି ମାଲିକ ଉଦାହରଣ ପାଲଟିଛନ୍ତି । କଟକ ସାଲେପୁର ଅଂଚଳର ସନ୍ତୋଷ ସ୍ୱାଇଁ ଅହମ୍ମଦାବାଦର ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରିଥିଲେ । ଚିକିତ୍ସା ସତ୍ୱେ ସନ୍ତୋଷଙ୍କ ଦେହାନ୍ତ ପରେ ପରିବାର ଲୋକଙ୍କ ଭଳି ନୀତି ଅନୁସାରେ ଶେଷ କୃତ୍ୟ କରିଥିଲେ ।

Advertisment

ସାଲେପୁରର ଏହି ପରିବାରର କାହାଣୀ ଯେକୌଣସି ବ୍ୟକ୍ତିର ଆଖିରେ ଲୁହ ଭରିଦେବ । ଗୁଜୁରାଟର ଅହମ୍ମଦାବାଦରେ କାମ କରିବାକୁ ଯାଇଥିବା ପୁଅ ଆଉ ଫେରିଲା ନାହିଁ । ଆସିଲା ସନ୍ତୋଷ ସ୍ୱାଇଁଙ୍କ ମୃତ୍ୟୁର ଖବର । କିନ୍ତୁ ତାଙ୍କ ପାଇଁ ଆଶ୍ୱସ୍ତିର ଖବର ଏତିକି ଥିଲା ଯେ ପୁଅର ଚିକିତ୍ସା ଠିକ ଭାବରେ ହେଲା, ଏବଂ ଅନ୍ତିମ ସଂସ୍କାର ମଧ୍ୟ ବିଧିମୁତାବକ ହେଲା । ଆଇ ଏହା ପଛରେ ଥିଲା ଜଣେ ଦରଦୀ ମାଲିକର ହାତ । ଅହମ୍ମଦାବାଦର ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ସନ୍ତୋଷ କାମ କରୁଥିଲେ । ହଠାତ୍ ଦିନେ ଭଡା ଘରକୁ ପହଂଚି ଅଚେତ ହୋଇଗଲେ । ତୁରନ୍ତ ମାଲିକ ଅନୁପ ପଟେଲ ସହୟାତା ପାଇଁ ଚାଲି ଆସିଲେ । ମେଡିକାଲରେ ନେଇ ଭର୍ତି କଲେ ।

ପ୍ରଥମେ କରୋନା ବୋଲି ସନ୍ଦେହ କରାଗଲା କିନ୍ତୁ, ଟେଷ୍ଟ ନେଗେଟିଭ ଆସିଲା । ସନ୍ତୋଷଙ୍କ ପାଇଁ ଭେଂଟିଲେଟର ବ୍ୟବସ୍ଥା ବି କଲେ ମାଲିକ ଅନୁପ ପଟେଲ । କେବଳ କରୋନା ରୋଗୀଙ୍କୁ ଭେଟିଂଲେଟର ମିଳିବାର ବ୍ୟବସ୍ଥା ଥିବା ବେଳେ ଅନୁପ କିନ୍ତୁ ସନ୍ତୋଷଙ୍କ ପାଇଁ କୌ÷÷ଣସି ପ୍ରକାରେ ଭେଂଟିଲେଟର ଯୋଗାଡ କରିଥିଲେ । କିନ୍ତୁ ସେହିଦିନ ଆଖି ବୁଜିଦେଲେ ସନ୍ତୋଷ । ମାଲିକ ଅନୁପ ପଟେଲ ପ୍ରତି ଘଟଣା ପରିବାର ଲୋକଙ୍କୁ ଜଣାଉଥାନ୍ତି । ଆଉ ପରିବାର ଲୋକଙ୍କ ଭଳି ଶେଷରେ ଅନ୍ତିମ ସଂସ୍କାର ବି କଲେ । ଭିଡିଓ କନଫରେନ୍ସିଂ ଜରିଆରେ ପରିବାର ଲୋକଙ୍କୁ ସବୁ କ୍ରିୟାକର୍ମ ଦେଖାଇ ଚାଲିଥିଲେ ।