ଛତିଶଗଡ଼ରେ ଓଡିଆ ଝିଅ ସଫଳ ଖେଳାଳି…ଓଡିଶାରେ ମୂଲ ଲାଗି ପେଟ ପୋଷୁଛନ୍ତି ସ୍ୱର୍ଣ୍ଣ ପଦକ ବିଜେତା ଅନିତାଙ୍କ ବାବା-ମାଆ

721

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକର ମଝେନପଦର ଗାଁର ଦଶମ ଶ୍ରେଣୀର ଝିଅ ଛତିଶଗଡ ରାଜ୍ୟରେ ଦକ୍ଷ ଖେଳାଳି ହେବା ଓଡିଶା ପାଇଁ ଆଣି ଦେଇଛନ୍ତି ଗୌରବ । ବଡ କଥା ହେଲା ଏହି କୁନି ଝିଅର ବାପା, ମା ମୂଲ ଲାଗି ପରିବାର ଚଳାଉଥିବା ବେଳେ ଦାରିଦ୍ର୍ୟର ଦୁଃଖ ଏହି କୁନି ଝିଅର ସ୍ୱପ୍ନକୁ କେବେ ଭାଙ୍ଗିବାକୁ ଦେଇନି । ଆଉ ଗରିବର ଦଉଡି କାଟି ସଫଳତା ପରେ ସଫଳତା ସାଉଂଟି ଚାଲିଛି ଅନିତା ।

 

ଧର୍ମଗଡ ବ୍ଲକର ମଝେନପଦର ଗାଁର ଭରତ ନାଏକ ଓ ଦମୟନ୍ତି ନାଏକଙ୍କ ଝିଅ ଅନିତା ଭିଲାଇ । ଅନିତା ଏବେ ନଗର ସେକ୍ଟର ୧୦ ପୂର୍ବ ମାଧ୍ୟମିକ ଶାଳାରେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ଆଉ ଅନିତା ବର୍ତ୍ତମାନ ଛତିଶଗଡ ସବ ଜୁନିଆର ସାଇକେଲ ପୋଲୋର କ୍ୟାପଟେନ ଅଛନ୍ତି । ଏଥିସହିତ ହିଁ ଫେଡେରେସନ ଅଫ ସାଇକେଲ ପୋଲୋ ଆସୋସିଏସନ ଅଫ୍ ଇଣ୍ଡିଆ ଆୱାର୍ଡ ପାଇବା ପାଇଁ ମଧ୍ୟ ଅନିତା ମନୋନ୍ନୀତ ହୋଇଛନ୍ତି ।

ଅନିତା ମୋଟ ୫ଥର ରାଷ୍ଟ୍ରୀୟ ସ୍ତରରେ ଗୋଲଡ ମେଡାଲ ପାଇ ସାରିଛନ୍ତି । ୨୦୧୩-୧୪ରେ ବୋକାରୋଠାରେ ରାଷ୍ଟ୍ରୀୟ ସ୍ତରରେ ୧୨ତମ ସବ ଜୁନିଅର ଗାର୍ଲସ ନ୍ୟାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରି ଗୋଲଡ ମେଡାଲ ଓ ୧୦ ହଜାର ଟଙ୍କା ସ୍କଲାରସିପ ଅନିତା ପାଇଥିବା ବେଳେ ୨୦୧୫-୧୬ରେ ସେ ବିଜୟୱାଡାଠାରେ ରାଷ୍ଟ୍ରୀୟ ସ୍ତରରେ ୧୩ତମ ସବ ଜୁନିଅର ଗାର୍ଲସ ନ୍ୟାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରି ଗୋଲଡ ମେଡାଲ ଓ ୧୦ ହଜାର ଟଙ୍କା ସ୍କଲାରସିପ ପାଇଥିଲେ । ସେହିଭଳି ୨୦୧୬-୧୭ରେ ତୁଡଲୋଡରେ ରାଷ୍ଟ୍ରୀୟ ସ୍ତରରେ ୧୪ତମ ସବ ଜୁନିୟର ଦାର୍ଲସ ନ୍ୟାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରି ଗୋଲଡ ମେଡାଲ ଓ ୧୦ ହଜାର ଟଙ୍କା ସ୍କଲାରସିପ ପାଇଛନ୍ତି ଅନିତା ଏବଂ ୨୦୧୭-୧୮ରେ ତୁଡଲୋଡଠାରେ ରାଷ୍ଟ୍ରୀୟ ସ୍ତରରେ ୧୬ ତମ ସବ ଜୁନିଅର ଗାର୍ଲସ ନ୍ୟାସନାଲ ସାଇକେଲ ପୋଲୋ ଚାମ୍ପିୟନସିପ ହାସଲ କରି ଗୋଲଡ ମେଡାଲ ଓ ୧୫ ହଜାର ଟଙ୍କା ସ୍କଲାରସିପ ପାଇଛନ୍ତି ।

ତେବେ ପରଘରେ ମୂଲ ଲାଗିଲେ ବି ଝିଅର ଏହି କୃତିତ୍ୱ ନେଇ ଅନିତାଙ୍କ ବାପା,ମାଆ ବେଶ୍ ଖୁସି ଅଛନ୍ତି ।  ଓଡିଶା ସରକାର ଅନିତାଙ୍କ କ୍ରୀଡା କ୍ଷେତ୍ରରେ ସୁଯୋଗ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।