ଲଣ୍ଡନରେ ଫାଇଜର ଟିକା ନେଲେ ଓଡିଆ ଡାକ୍ତର : ଆନାସ୍ଥେସିଆ ଡାକ୍ତର ଭାବେ କାମ କରୁଥିବା ଶୈଳେସ ମିଶ୍ରଙ୍କୁ ଦିଆଗଲା କୋଭିଡ ଟିକା

ଫାଇଜରକୁ ବ୍ରିଟେନର ଅନୁମତି ପରେ ଚାଲିଛି ଡାକ୍ତର ଓ ସ୍ୱସ୍ଥ୍ୟକର୍ମୀଙ୍କ ଟିକାକରଣ

110

କନକ ବ୍ୟୁରୋ : ଇଂଲଣ୍ଡରେ ଫାଇଜର ଟିକା ନେଲେ ଓଡିଆ ପୁଅ । ଆନାସ୍ଥେସିଆ କନସଲଟାଂଟ ଭାବେ ଇଂଲଣ୍ଡର ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତର ଶୈଳେସ ମିଶ୍ରଙ୍କୁ ଫାଇଜର ଟିକା ଦିଆଯାଇଛି । ଫାଇଜର କମ୍ପାନି ଦ୍ୱାରା ପ୍ରସ୍ତୁତ କୋଭିଡ ଟିକାକୁ ଇଂଲଣ୍ଡରେ ଏବେ ୫୧ଟି ଡାକ୍ତରଖାନାରେ ଦିଆଯାଉଛି । ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ବ୍ରିଟେନ ସରକାର ଦେବା ପରେ ଏହି ଟିକାକରଣ ଆରମ୍ଭ ହୋଇଛି ।

ମଙ୍ଗଳବାର ମାର୍ଗାରେଟ୍ କେନନଙ୍କ ଠାରେ ଦିଆଯାଇଥିଲା ଫାଇଜର ଟିକାର ପ୍ରଥମ ଡୋଜ୍ । ଏହା ପରେ ଇଂଲଣ୍ଡରୁ ଆସିଥିବା ଖବରରୁ ସ୍ପଷ୍ଟ ହୋଇଛି ଡାକ୍ତର ଶୈଳେଶ ମିଶ୍ର ଫାଇଜର ଟିକା ଗ୍ରହଣ କରିଛନ୍ତି । ଏହା କରିବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ପୁଅ । ଇଂଲଣ୍ଡରେ ପ୍ରଥମ ପର୍ଯ୍ୟାୟରେ ୮ ଲକ୍ଷ ଲୋକଙ୍କ ଠାରେ ଟିକା ଦିଆଯିବାକୁ ଯୋଜନା ହୋଇଛି । ଡାକ୍ତର ଶୈଳେଶ ମିଶ୍ର ଏହି ଟିକା ଗ୍ରହଣ କରିବା ପରେ ବେଶ୍ ଖୁସି ଅନୁଭବ କରୁଥିବା କହିଛନ୍ତି । ଇଂଲଣ୍ଡରେ ବର୍ତମାନ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଛି ।