ବାଗେଶ୍ୱର ବାବାଙ୍କୁ ଖୋଲା ଚ୍ୟାଲେଞ୍ଜ । ଦିବ୍ୟଶକ୍ତି ଅଛି ତ’ ସଙ୍କଟରୁ ରକ୍ଷା କର । ଯୋଶୀମଠର ଫାଟକୁ ଯୋଡ଼ି ଦେଖାଅ

319

କନକ ବ୍ୟୁରୋ: ବାଗେଶ୍ୱର ବାବା ଓରଫ ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀଙ୍କୁ ନେଇ ବିବାଦ ଥମୁନଥିବା ବେଳେ ବାବାଙ୍କୁ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ସ୍ୱାମୀ ଅଭିମୁକ୍ତେଶ୍ୱର ନନ୍ଦ ସରସ୍ୱତୀ । ଯଦି ସତରେ ବାଗେଶ୍ୱର ବାବା ଚମତ୍କାର କରୁଛନ୍ତି, ତେବେ ଉତ୍ତରାଖଣ୍ଡ ଯୋଶୀମଠରେ ଚାଲିଥିବା ସମସ୍ୟାରେ ସମାଧାନ କରି ଦେଖାନ୍ତୁ । ଯୋଶୀମଠରେ ରାସ୍ତାଘାଟ ଭାଙ୍ଗୁଛି ଓ ସହର ଦବୁଛି । ନିଜ ଚମତ୍କାର ମାଧ୍ୟମରେ ବାବା ବାଗେଶ୍ୱର ଏହାକୁ ରୋକି ଦେଖାନ୍ତୁ ବୋଲି ଅଭିମୁକ୍ତେଶ୍ୱର ନନ୍ଦ ଆହ୍ୱାନ ଦେଇଛନ୍ତି । ସେ ଆହୁରି କହିଛନ୍ତି ଚମତ୍କାର କଥା କହୁଥିବା ବାବା ବାଗେଶ୍ୱର ଯଦି ଯୋଶୀମଠକୁ ସଙ୍କଟରୁ ରକ୍ଷା କରିବେ ତେବେ ତାଙ୍କର ଜୟ ଜୟକାର କରାଯିବ ବୋଲି ସ୍ୱାମୀ ଅଭିମୁକ୍ତେଶ୍ୱର ନନ୍ଦ କହିଛନ୍ତି ।

ଜଣଙ୍କର ଚେହେରା ଦେଖି ମନ କଥା କହିବାର ଦାବି କରୁଥିବା ବାଗେଶ୍ୱର ବାବାଙ୍କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ବାଗଶ୍ୱେର ବାବାଙ୍କ ସହ ବଡ଼ ବଡ଼ ନେତା ନଜର ଆସୁଥିବା ବେଳେ ଏହାକୁ କିଛି ରାଜନୈତିକ ବିରୋଧ ବି କରୁଛନ୍ତି । ଏପଟେ କିନ୍ତୁ ବାଗେଶ୍ୱର ବାବାଙ୍କ ଦାବିକୁ ବିଭିନ୍ନ ସାମାଜିକ ସଂଗଠନ ବିରୋଧ କରି ଆସୁଛନ୍ତି । ବାବା, ଅନ୍ଧବିଶ୍ୱାସର ପ୍ରଚାର କରୁଛନ୍ତି ବୋଲି କିଛି ସଂଗଠନ ତାଙ୍କ ବିରୋଧରେ ପୁଲିସର ଆଶ୍ରୟ ନେଇଛନ୍ତି । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି ।

  • ବାଗେଶ୍ୱର ବାବାଙ୍କୁ ନେଇ କାହିଁକି ବଢ଼ୁଛି ବିବାଦ?
  • କାହିଁକି ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି ହେତୁବାଦୀ?

ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ ହେଉଛନ୍ତି ଜଣେ ଧାର୍ମିକ ପ୍ରଚାରକ । ମଧ୍ୟପ୍ରଦେଶ ଛତରପୁର ଗଡ଼ ଗାଁରେ ଥିବା ଏକ ହନୁମାନ ମନ୍ଦିରର ମୁଖ୍ୟ ପୂଜକ । ଜାନୁଅ।।ରୀ ୫ରୁ ୧୩ ତାରିଖ ଯାଏଁ ଭାଗବତ କଥା ପ୍ରବଚନ ଦେବା ପାଇଁ ସେ ନାଗପୁରରେ ଥିଲେ । କିନ୍ତୁ ପ୍ରବଚନ ସରିବା ପୂର୍ବରୁ ସେ ରାୟପୁର ଚାଲିଆସିଥିଲେ । ନାଗପୁରରେ ହେତୁବାଦୀମାନେ ତାଙ୍କୁ ସର୍ବସାଧାରଣରେ ଚମତ୍କାର ଦେଖାଇବା ପାଇଁ ଆହ୍ୱାନ ଦେଇଥିଲେ । ତେବେ ଏହି ଆହ୍ୱାନକୁ ସାମ୍ନା କରିବା ପୂର୍ବରୁ ନାଗପୁର ଛାଡ଼ି ରାୟପୁର ପଳାଇଆସିଥିଲେ । ଭୟରେ ବାଗେଶ୍ୱର ବାବା ନାଗପୁର ଛାଡ଼ି ଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ ।