କନକ ବ୍ୟୁରୋ : ଦୀର୍ଘ ସମୟର କସରତ ପରେ ଉଦ୍ଧାର ହେଲେ ବୋରୱେଲରେ ଫସିଥିବା ବୃଦ୍ଧା । କଠିନ ପରିଶ୍ରମ ପରେ ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ସରକାରୀ ଡାକ୍ତରଖାନାକୁ ତାଙ୍କୁ ନିଆଯାଇଛି । ତେବେ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ତାହା ଜଣାପଡି ନାହିଁ ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ରାତିରେ ଝିଅ ଘରୁ ଫେରିବା ବେଳେ ଗଭୀର ବୋରୱେଲରେ ପଡ଼ିଯାଇଥିଲେ ବୃଦ୍ଧ ମହିଳା । ସୁବର୍ଣ୍ଣପୁର ଜିଲ୍ଲାସଦର ବ୍ଲକ କଇଁଫୁଲ ଗାଁ ନିକଟରେ ଘଟିଛି ଏହି ଘଟଣା । ବୃଦ୍ଧ ମହିଳା ଜଣଙ୍କ ୨୦ ଫୁଟ ତଳେ ଫସିରହିଥିଲେ । ବୃଦ୍ଧା ଜଣକ ହେଲେ ଦୁଖୀ ନେଗୀ । ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।