କନକ ବ୍ୟୁରୋ: ହାତୀ ଦଳିଦେବାରୁ ବୃଦ୍ଧାଙ୍କ ମୃତ୍ୟୁ । ମୃତକ ହେଲେ ବାସନ୍ତୀ ଅଙ୍ଗରିଆ । ବଲାଙ୍ଗୀର ଲାଠୋର ଗାଁର ମୁଖ୍ୟ ରାସ୍ତାରେ ଶନିବାର ଭୋରରେ ହାତୀ ଦୁଇଟି ଯାଉଥିବା ଦେଖିବାକୁ ମିଳିଥିଲା । ନିକଟବର୍ତୀ ନୂଆପଡ଼ା ଜିଲ୍ଲା ସୀମାନ୍ତ କୋମନା ଅଞ୍ଚଳରୁ ଦୁଇ ହାତୀ ଆସିଥିଲେ । ହାତୀ ପ୍ରବେଶ କରିବାରୁ ଲୋକେ ଭୟଭୀତ ଅବସ୍ଥାରେ ଥିଲେ । ଏହି ଦୁଇ ହାତୀ ଖପ୍ରାଖୋଲରେ ଗାଁରେ ପଶି ମଧ୍ୟ ଭଙ୍ଗାରୁଜା କରିଛନ୍ତି । ହାତୀ ପାଇଁ ଲାଠୋର ଏବଂ ହରିଶଙ୍କର ରେଞ୍ଜ ଦୁଇ ହାତୀ ପାଇଁ ନକେଦମ୍ ହୋଇଛନ୍ତି ଲୋକେ ।

Advertisment

ଲାଠୋର ଗାଁ ଭିତର ଦେଇ ରେଳ ଫାଟକ ଅତିକ୍ରମ କରିବା ପରେ ମୁଖ୍ୟ ରାସ୍ତାରେ ଯାଇଥିଲେ ଏହି ଦୁଇ ହାତୀ । ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀମାନେ ସୁରକ୍ଷିତ ଭାବେ ହାତୀ ଦୁଇଟିକୁ ଘଉଡ଼ାଇ ଥିଲେ । ହାତୀ ଆସିବା ଖବର ପାଇ ବିଦ୍ୟୁତ ବିଭାଗ ତୁରନ୍ତ ବିଦ୍ୟୁତ ସରବରାହ ବନ୍ଦ କରିଥିଲା ।