ଅଭିଯୋଗକୁ ମୋଡ଼ିଦେଲେ ଏସିଏଫ ସୌମ୍ୟରଂଜନଙ୍କ ପତ୍ନୀ : ବିଦ୍ୟାଭାରତୀ କହିଲେ, ଅନ୍ୟ ଜଣେ ଝିଅ ସହ ସ୍ୱାମୀଙ୍କ ଥିଲା ସମ୍ପର୍କ

893

କନକ ବ୍ୟୁରୋ : ଏସିଏଫ ସୌମ୍ୟରଂଜନଙ୍କ ପରିବାର ଯେଉଁ ଅଭିଯୋଗ ସବୁ ଆଣୁଥିଲେ ଆଜି ତାର ମୋଡ ବଦଳାଇ ଦେଇଛନ୍ତି ପତ୍ନୀ ବିଦ୍ୟା ଭାରତୀ । ସ୍ୱାମୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣି ବିଦ୍ୟା କହିଛନ୍ତି, ଅନ୍ୟ ଜଣେ ଝିଅ ସହ ତାଙ୍କ ସମ୍ପର୍କ ଥିଲା । ସୌମ୍ୟ ଥରେ ଫୋନରେ କଥା ହେଉଥିବା ବେଳେ ଥଟ୍ଟାରେ ସେ ଇୟରଫୋନ ଲଗାଇ ଜଣେ ଝିଅଙ୍କ ସ୍ୱର ଶୁଣିଥିଲେ ।

ଏପରିକି ପୂର୍ବରୁ ମୋବାଇଲରେ ସୌମ୍ୟ ଅନ୍ୟ ଜଣଙ୍କୁ ଆଇ ଲଭ ୟୁ ଲେଖିଥିବା ବିଦ୍ୟା ଭାରତୀ ଦେଖିଥିଲେ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି । ସୌମ୍ୟରଂଜନଙ୍କ ମୃତ୍ୟୁ ପରଠାରୁ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଚରିତ୍ରକୁ ନେଇ ବାରମ୍ବାର ଅଙ୍ଗୁଳି ଉଠାଇ ଆସୁଛନ୍ତି ସୌମ୍ୟଙ୍କ ପରିବାର । ହେଲେ ଘଟଣାର ୭ଦିନ ପରେ ସୌମ୍ୟଙ୍କ ବିରୋଧରେ ମୁହଁ ଖୋଲି ଆସୁଥିବା ସବୁ ଅଭିଯୋଗର ମୋଡ ବଦଳାଇ ଦେଇଛନ୍ତି ପତ୍ନୀ ବିଦ୍ୟା ଭାରତୀ ।

ଏପରିକି ସ୍ୱାମୀଙ୍କ ପରକିୟାପ୍ରୀତିର ପ୍ରମାଣ ଦେବା ପାଇଁ ଏକ ଅଡିଓ ରିଲିଜ କରିଛନ୍ତି ପତ୍ନୀ ବିଦ୍ୟାଭାରତୀ । ୨୩ସେକେଣ୍ଡର ଏହି ଅଡିଓରେ ଏସିଏଫ ସୌମ୍ୟରଂଜନ ଓ ତାଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ଭିତରେ କଥାବାର୍ତା ରହିଛି । ଅଡିଓରୁ ଜଣାପଡୁଛି ସୌମ୍ୟଙ୍କ ପରକିୟା ପ୍ରୀତିର ପ୍ରମାଣ କରାଇ ଦେବେ ବୋଲି ଚ୍ୟାଲେଂଜ କରୁଛନ୍ତି ବିଦ୍ୟା । ତାଙ୍କଠାରୁ ମୋବାଇଲ ମାଗୁଛନ୍ତି ଏବଂ ମୋବାଇଲ ଦେଲେ ଅନ୍ୟ ଝିଅଙ୍କ ସହ ସୌମ୍ୟଙ୍କ ସମ୍ପର୍କର ପ୍ରମାଣ ଦେଇପାରିବେ ବୋଲି ଅଡିଓରେ କହୁଛନ୍ତି ବିଦ୍ୟା । ହେଲେ ସୌମ୍ୟ ମୋବାଇଲ ଦେବାକୁ ରାଜି ନାହାନ୍ତି, ଚାହିଁଲେ ଫୋନ୍ ନମ୍ବର ଦେଇଦେବେ ବୋଲି କହୁଛନ୍ତି ।