କନକ ବ୍ୟୁରୋ : କାବୁଲରେ ଫସିଛନ୍ତି ସମ୍ବଲପୁରର ଓଡିଆ ଝିଅ । କାବୁଲରେ ଝିଅ ବାହାହୋଇଥିଲେ, ଏବେ ସେଠାରେ ଝିଅ, ଜ୍ୱାଇଁ, ନାତି . ନାତୁଣୀ ରହୁଛନ୍ତି । ହେଲେ ଦୁଇମାସ ହେଲା ଝିଅ ସହ ସମ୍ପର୍କ ହୋଇପାରୁନାହିଁ । ତେବେ ବର୍ତମାନ ଆଫଗାନିସ୍ତାନ ତାଲିବାନ କବ୍ଚାକୁ ଚାଲିଯାଇଥିବାରୁ ଚିନ୍ତାରେ ଅଛନ୍ତି ସଂପୃକ୍ତ ଝିଅର ମାଆ । ସମ୍ବଲପୁରର ସକିଲା ବାନୁ କାବୁଲରେ ଥିବାରୁ ପରିବାରର ଚିନ୍ତା ବଢିଯାଇଛି ।
ସମ୍ବଲପୁର ମୋତିଜିରା ଅଂଚଳର ଜୁହୁରା ବେଗମଙ୍କ ଝିଅ ସକିଲା ବାନୁ କାବୁଲର ଯୁବକ ଆତଉଲ୍ଲା ଖାନକୁ ପ୍ରେମ ବିବାହ କରିଥିଲେ । ପ୍ରାୟ ୧୨ ବର୍ଷ ତଳେ ଏହି ବିବାହ ହୋଇଥିଲା । ଏହି ସମୟରେ ଆତଉଲ୍ଲା ଖାନ ସମ୍ବଲପୁରରେ ରହୁଥିଲେ । ବିବାହ ପରେ ସେମାନେ ସମ୍ବଲପୁର ଚାଲିଯାଇଥିଲେ । ଜୁହୁରା ବେଗମ ଝିଅ ସହ ସବୁଦିନେ ଫୋନରେ କଥା ହେଉଥିଲେ । ହେଲେ ୨ ମାସ ହେବ ଝିଅ ସହ ଆଉ କଥାବାର୍ତ୍ତା ସମ୍ଭବ ହୋଇପାରିନାହିଁ । ଆଫଗାନିସ୍ତାନରେ ତାଲିବାନର କବଜା ପରେ ସକିଲା ବାନୁଙ୍କ ମାଆ ବିବ୍ରତ ହୋଇପଡିଛନ୍ତି । ଝିଅକୁ କାବୁଲରୁ ଫେରାଇ ଆଣିବାକୁ ସେ ନିବେଦନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/30-6.jpg)